ଦୀର୍ଘ ୧୩ ମାସ ଗ୍ରୀସ୍ ଜେଲ୍ରେ ରହିବା ପରେ ଦେଶକୁ ଫେରିଲେ ୫ ଭାରତୀୟ ନାବିକ
ମୁମ୍ବାଇ: ଦୀର୍ଘ ୧୩ ମାସ୍ ଧରି ଗ୍ରୀସ୍ ଜେଲ୍ରେ ରହିବା ପରେ ଶେଷରେ ନିଜ ଦେଶକୁ ଫେରିଛନ୍ତି ୫ ଜଣ ଭାରତୀୟ ନାବିକ। କାର୍ଗୋ ଭେସେଲ୍ ଜାହାଜର ଏହି ନାବିକମାନେ ଏକ ବର୍ଷରୁ ଊର୍ଧ୍ୱ ଜେଲ୍ କାଟିବା ପରେ ରବିବାର ମୁମ୍ବାଇରେ ପହଞ୍ଚିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେମାନେ ୨୦୧୭ ମସିହା ଡିସେମ୍ବର ମାସରେ ମର୍ଚାଣ୍ଟ୍ କାର୍ଗୋ ଭେସେଲ୍ ‘ଏମ୍ଭି ଆଣ୍ଡ୍ରୋମେଡା’ ସାଇପ୍ରସ୍ରୁ ଲିବ୍ୟା ଯାଉଥିବା ସମୟରେ ଏହି ୫ ନାବିକ ସେଥିରେ ଥିଲେ।
ଜାହାଜରେ ତ୍ରୁଟି ପରିଲିଖିତ ହେବାରୁ ତାହାକୁ ତୁର୍କୀଠାରେ ସଜାଡ଼ିବା ପାଇଁ ରଖାଯାଇଥିଲା। ସଜଡ଼ାଯିବା ପରେ ଜାହାଜଟି ନିଜ ଗନ୍ତବ୍ୟ ପଥରେ ବାହାରି ପଡ଼ିଥିଲା।
ଯାହାବି ହେଉ, ୨୦୧୮ ମସିହାରେ ଜାନୁଆରି ମାସରେ ଜାହାଜଟି ଗ୍ରୀରସ୍ରେ ପହଞ୍ଚିଥିଲା। ଜାହାଜରେ ବିସ୍ଫୋରକ ସାମଗ୍ରୀ ଅଛି ବୋଲି ଅଭିଯୋଗ ହେବା ପରେ ଏହି ଜାହାଜଟିକୁ ଘେରାଉ କରି ଦିଆଯାଇଥିଲା। ସେବେଠାରୁ ଗ୍ରୀସ୍ରେ ବନ୍ଦୀ ହୋଇ ରହିଥିଲେ ଜାହାଜରେ ଥିବା ଏହି ୫ ନାବିକ।
ଘରକୁ ଫେରି ସେମାନଙ୍କ ଭିତରୁ ଜଣେ ନାବିକ କହନ୍ତି ସେ ପେଟେଇ ନଥିବା ତାଙ୍କର ୪ ମାସର ଝିଅକୁ ଦେଖିକରି ଯାଇଥିଲେ। ଏବେ ସେ ଫେରିଲା ବେଳକୁ ତାଙ୍କ ଝିଅ ଦୌଡ଼ିଲାଣି।