ଜମ୍ମୁ କଶ୍ମୀର: ଏନ୍‌କାଉଣ୍ଟରରେ ଲସ୍କର-ଏ-ତଇବାର ୫ ଆତଙ୍କବାଦୀ ନିହତ

ଶ୍ରୀନଗର: ଆତଙ୍କବାଦୀଙ୍କ ଉପରେ ଜମ୍ମୁ କଶ୍ମୀର ପୁଲିସର ପ୍ରଭାବ ଦେଖିବାକୁ ମିଳିଛି। ପୁଲିସ ଏନ୍‌କାଉଣ୍ଟରରେ ଶୁକ୍ରବାର ଲସ୍କର-ଏ-ତଇବାର ୫ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଉତ୍ତର କଶ୍ମୀର ଅଞ୍ଚଳର ବାନ୍ଦିପୋରା ଜିଲ୍ଲାର ସମ୍ବଲାର ଅଞ୍ଚଳରେ ଆତଙ୍କବାଦୀଙ୍କ ଉପରକୁ ପୁଲିସ ଏନ୍‌କାଉଣ୍ଟର କରିଥିଲା। ଜାତୀୟ ଗଣମାଧ୍ୟମକୁ ଜଣେ ପୁଲିସ ଅଧିକାରୀ କହିଛନ୍ତି କରି ନିକଟରେ ଲସ୍କର-ଏ-ତଇବାର ୫ ଜଣ ସଦସ୍ୟ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଘାଟିରେ ପ୍ରବେଶ କରିଥିଲେ।

ଘାଟିରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ପାଇ ସୁରକ୍ଷାବାହିନୀ ପକ୍ଷରୁ ଗୁରୁବାର ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନ ସମୟରେ ସୁରକ୍ଷାବାହିନୀ ପକ୍ଷରୁ ୨ ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା। ଆଜି ଅଭିଯାନ ଚାଲିଥିବା ବେଳେ ଆଉ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଅନ୍ୟପକ୍ଷରେ ଦକ୍ଷିଣ କଶ୍ମୀର ଅଞ୍ଚଳର ସୋପାର ଜିଲ୍ଳାରେ ଆତଙ୍କବାଦୀମାନେ ଜମ୍ମୁ କଶ୍ମୀର ପୁଲିସର ୩ ଜଣ ସ୍ୱତନ୍ତ୍ର ଅଧିକାରୀ ଓ ଜଣେ ପୁଲିସ କର୍ମଚାରୀଙ୍କୁ ଅପହରଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର