ସର୍ବସାଧାରଣରେ ପରସ୍ପରକୁ ଆଲିଙ୍ଗନ କରୁଥିବାରୁ ବେତ୍ରାଘାତ ଖାଇଲେ ଇଣ୍ଡୋନେସିଆରେ ୫ଜଣ ପ୍ରେମୀଯୁଗଳ

ନୂଆଦିଲ୍ଲୀ : ଇଣ୍ଡୋନେସିଆର ଆଚେ ଅଞ୍ଚଳରେ ୫ଜଣ ପ୍ରେମୀଯୁଗଳ ସର୍ବସାଧାରଣରେ ପରସ୍ପରକୁ  ଆଲିଙ୍ଗନ କରୁଥିବାରୁ ଏହାକୁ ଇସ୍‌ଲାମିକ୍‌ ଆଇନ୍‌ ବିରୁଦ୍ଧ ବୋଲି କୁହାଯାଇ ବେତ୍ରାଘାତର ଦଣ୍ଡ ଦିଆଯାଇଥିବା ଜଣା ପଡ଼ିଛି । କେବଳ ସର୍ବସାଧରଣରେ ପ୍ରେମର ଆଦାନ ପ୍ରଦାନ ନୁହେଁ, ଏଠାରେ ଜୁଆ ଖେଳିବା, ମଦ ପିଇବା ଏବଂ ସଲଲୈଙ୍ଗିକ ଶାରୀରିକ ସଂପର୍କ ରଖିବା ମଧ୍ୟ ଇସ୍‌ଲାମିକ୍‌ ଆଇନ୍‌ର ଉଲ୍ଲଂଘନ ବୋଲି ଜଣା ପଡ଼ିଛି।

New Straits Timesଏହା  ଦେଶର ସବୁଠାରୁ ବଡ଼ ମୁସ୍‌ଲିମ୍‌ ବହୁଳ ଦେଶର ଏକମାତ୍ର ଅଞ୍ଚଳ, ଯେଉଁଠି ଇସ୍‌ଲାମିକ୍‌ ଆଇନ୍‌ କଡ଼ାକଡ଼ି ଭାବେ ଲାଗୁ ହୋଇଥାଏ । ଏ ମଧ୍ୟରେ ୫ଜଣ ପ୍ରେମୀଯୁଗଳଙ୍କୁ ସର୍ବସାଧାରଣରେ ଆଲିଙ୍ଗନ କରୁଥିବାର ଦେଖି ସେମାନଙ୍କୁ ବେତ୍ରାଘାତର ଦଣ୍ଡ ଦିଆ ଯାଇଥିଲା । ଘଟଣାଟି ଗତ ଗୁରୁବାର ଘଟିଥିବା ବେଳେ ଆଶା କରୁଛି ଆଗକୁ ଏଭଳି ଲଜ୍ଜାଜନକ ଘଟଣା ଘଟିବ ନାହିଁ ବୋଲି କହି ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଧାର୍ମିକ ଅଧିକାରୀ ସଫ୍‌ରୀଦୀ । ଗତ ଡିସେମ୍ବରରେ ୨ଯୁବକ ନାବାଳିକାଙ୍କ ସହ ଶାରୀରିକ ସଂପର୍କ ରଖୁଥିବା ସମୟରେ ଧରା ପଡ଼ିବା ପରେ ଦୁହିଁଙ୍କ ୧୦୦ଥର ବେତ୍ରାଘାତ ଖାଇବାକୁ ପଡ଼ିଥିଲା ।

ସମ୍ବନ୍ଧିତ ଖବର