୫ ବର୍ଷର ଚିକିତ୍ସାପରେ କର୍କଟ ପୀଡ଼ିତା ମାଆ ହେଲେ କନ୍ୟା ସନ୍ତାନର ଜନନୀ

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ମହିଳା ସୋନାକ୍ଷୀ (ଛଦ୍ମନାମ) ବିବାହର କିଛି ବର୍ଷ ପରେ ମା’ ହେବାକୁ ଚାହୁଁଥିବା ବେଳେ ହଠାତ କର୍କଟ ରୋଗର ଶିକାର ହୋଇଥିବା ଜାଣିବାକୁ ପାଇଲେ । ଏହାପରେ ସୋନାକ୍ଷୀ(୪୦)ଙ୍କର ସ୍ୱାମୀ ହତାଶ ହୋଇଯାଇଥିଲେ । ମାତ୍ର କର୍କଟ ରୋଗର ସମ୍ମୁଖୀନ ହେବା ପରେ ମଧ୍ୟ ସୋନାକ୍ଷୀ ମା’ ହେବାର ଇଚ୍ଛାକୁ ଜାଗ୍ରତ ରଖିଥିଲେ ।

ସେ କର୍କଟ ରୋଗ ପାଇଁ ଚିକିତ୍ସା ପୂର୍ବରୁ ନିଜର ଗର୍ଭାଶୟରୁ ଅଣ୍ଡା ବାହାର କରି ଫ୍ରିଜ କରି ଦେଇଥିଲେ । ଦୀର୍ଘ ୫ ବର୍ଷର ଚିକିତ୍ସା ଏବଂ କେମୋଥେରାପି ଚିକିତ୍ସା ପରେ ଏବେ ସେ ଅଣ୍ଡାକୁ ବ୍ୟବହାର କରି ମା’ ହେବାରେ ସଫଳ ହୋଇଛନ୍ତି । ସ୍ୱାମୀଙ୍କର ସ୍ପର୍ମ ଓ ସୋନାକ୍ଷୀଙ୍କର ଅଣ୍ଡାକୁ ଏକାଠି କରାଯାଇଥିଲା । ଶେଷରେ ସୋନାକ୍ଷୀ ଅବଶେଷରେ ଏକ କନ୍ୟା ସନ୍ତାନର ଜନନୀ ହୋଇପାରିଛନ୍ତି ।ମେଡିକାଲ ସାଇନ୍ସ ତାଙ୍କର ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇଛି । ନବଜାତ ସଂପୂର୍ଣ୍ଣ ରୂପେ ସୁସ୍ଥ ଥିବା ଜଣାଯାଇଛି ।

photo-just dial

ସୋନାକ୍ଷୀଙ୍କଠାରୁ ଅନ୍ୟମାନେ ମଧ୍ୟ ଶିଖିବାର ଆବଶ୍ୟକତା ରହିଛି ବୋଲି ଏହି ସଫଳ ଚିକିତ୍ସା କରିଥିବା ଇନ୍ଦିରା ଆଇଭିଏଫ ସେଣ୍ଟରର ଡାକ୍ତର ମାଣ୍ଡବୀ ରାୟ କହିଛନ୍ତି ।

ସମ୍ବନ୍ଧିତ ଖବର