ଆମେରିକାର ହଷ୍ଟନରେ ବନ୍ୟା ପରିସ୍ଥିତି, ମୋଦୀଙ୍କ ସଭାକୁ ନେଇ ଆଶଙ୍କା

ହଷ୍ଟନ : ଆମେରିକାର ଟେକ୍ସାସ ରାଜ୍ୟ ହଷ୍ଟନରେ ଆସନ୍ତା ୨୨ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମିଳିତଭାବରେ ଏକ ଜନସଭାକୁ ସମ୍ବୋଧିତ କରିବେ । ଏହାକୁ ନେଇ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

କିନ୍ତୁ ଏହି ବହୁଚର୍ଚ୍ଚିତ ସଭା ଆଗରେ ଏକ ବଡ଼ ପ୍ରତିବନ୍ଧକ ଦେଖାଦେଇଛି । କାରଣ ହଷ୍ଟନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହି ବର୍ଷା ଓ ବନ୍ୟାଦ୍ୱାରା ରାସ୍ତାଘାଟ ଜଳମଗ୍ନ ହେବା ସହ ଜନଜୀବନ ପ୍ରଭାବିତ ହୋଇଛି । ଆମେରିକା ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ମେକ୍ସିକୋ ଉପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଏହି ବର୍ଷା ଦେଖାଦେଇଛି । ହଷ୍ଟନରେ ଗୋଟିଏ ଦିନରେ ଏତେ ବର୍ଷା ହୋଇନଥିଲା । ପୂର୍ବରୁ ୨୦୧୭ରେ ସାମୁଦ୍ରିକ ବାତ୍ୟା ହାର୍ଭେ ଦ୍ୱାରା ହଷ୍ଟନର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିଲା । କିନ୍ତୁ ଏଥରର ସ୍ଥିତି ତାକୁ ବଳିଯାଇଛି । ପାଣିପାଗ ବିଭାଗ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଥିବାରୁ ମୋଦୀଙ୍କ ସଭା ନେଇ ଆଶଙ୍କା ବଢିଯାଇଛି ।

ସମ୍ବନ୍ଧିତ ଖବର