ସୁଇଜରଲାଣ୍ଡ: ପାହାଡ଼କୁ ପିଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ସମୟର ବିମାନ, ୨୦ ମୃତ

ଫିଲ୍ମ (ସୁଇସ୍‌): ସୁଇଜରଲାଣ୍ଡରେ ଶନିବାର ଏକ ବିମାନ ପାହାଡକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଘଟଣା ସମସ୍ତ ୧୭ ଜଣ ଯାତ୍ରୀ ଓ ୩ ଜଣକ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ୟୁଙ୍କର ଜେୟୁ-୫୨ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିମାନ ଥିଲା। ଜେୟୁ-ଏୟାର ପରିଚାଳକଙ୍କ କହିବା ଅନୁସାରେ ଦୁର୍ଘଟଣାର ଶିକାର ହୋଇଥିବା ପରିବାର ଲୋକଙ୍କ ପାଇଁ ଏହା ଏକ ଦୁଃଖଦ ଦିନ। ପୀଡ଼ିତାଙ୍କ ସଂପର୍କୀୟଙ୍କ ପାଇଁ ହେଲପ୍‌ ନମ୍ବର ଜାରି କରି ଦିଆଯାଇଛି। ଏଥି ସହିତ ସମସ୍ତ ବିମାନ ଚଳାଚଳକୁ ଅଟକାଇ ଦିଆଯାଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ।

ସୁଇସ୍‌ ଟ୍ରାନ୍ସପୋର୍ଟେସନ ସେଫଟି ଇନ୍‌ଭେଷ୍ଟିଗେସନ୍‌ ବୋର୍ଡର ଡେନିଏଲ ନେଚ କହିଛନ୍ତି, ଯେଉଁଠାରେ ଏହି ଦୁର୍ଘଟଣା ଘଟିଛି, ଏହାକୁ ଦେଖି କୁହାଯାଇ ପରିବ ଯେ, ବିମାନ ଦ୍ରୁତ ଗତିରେ ଯାଉଥିଲା। ଅନୁମାନ କରାଯାଉଛି ଯେ, ଏହା କମ୍‌ ଗତିରେ ଥାଇ ମଧ୍ୟ ପାହାଡକୁ ଧକ୍କା ଦେଇଥିଲା। ଫଳରେ ଯାତ୍ରୀଙ୍କ ସହିତ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି।

ପୁଲିସ କହିବା ଅନୁସାରେ ବିମାନର ସମସ୍ତ ଯାତ୍ରୀଙ୍କ ବୟସ ୪୨ରୁ ୮୨ ମଧ୍ୟରେ ହେବ। ପାଖାପାଖି ସମସ୍ତ ଯାତ୍ରୀଙ୍କ ସଂପର୍କୀୟଙ୍କ ସହିତ ଯୋଗାଯୋଗ କରାଯାଇଛି।

ସମ୍ବନ୍ଧିତ ଖବର