ଫ୍ଲିପ୍‌କାର୍ଟ ସିଇଓ ବିନ୍ନି ବନ୍‌ସଲଙ୍କ ଇସ୍ତଫା

ନୂଆଦିଲ୍ଲୀ: ଅନ୍‌ଲାଇନ ରିଟେଲର କମ୍ପାନି ଫ୍ଲିପ୍‌କାର୍ଟର ଗ୍ରୁପ୍‌ ସିଇଓ ବିନ୍ନି ବନ୍‌ସଲ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନିର ସ୍ଥାପନାଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ବିନ୍ନିଙ୍କ ଇସ୍ତଫାକୁ ତତ୍କାଳ ଗ୍ରହଣ କରାଯାଇଛି ଏବଂ ତାଙ୍କ ବିରୋଧରେ ଜଣେ ପୂର୍ବ ମହିଳା କର୍ମଚାରୀ ଆଣିଥିବା ଅସଦାଚରଣ ମାମଲାରେ ଆଭ୍ୟନ୍ତରୀଣ ତଦନ୍ତ ଚାଲିଛି। ସମସ୍ତ ଅଭିଯୋଗକୁ ବିନ୍ନି ଖଣ୍ଡନ କରିବା ସହ ଏହା ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଫ୍ଲିପ୍‌କାର୍ଟକୁ କିଣିଥିବା ଆମେରିକୀୟ କମ୍ପାନି ୱାଲ୍‌ମାର୍ଟ କହିଛି ଯେ ଏବେ ସୁଦ୍ଧା ହୋଇଥିବା ତଦନ୍ତରୁ ବିନ୍ନିଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ବିନ୍ନିଙ୍କ ଇସ୍ତଫା ପରେ ଫ୍ଲିପ୍‌କାର୍ଟ ଗ୍ରୁପ୍‌ ସିଇଓ ପଦବିରେ ନିଯୁକ୍ତି ପାଇଁ ବ୍ୟାପକ ପ୍ରୟାସ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର