ଅଜବ କାରଣ ପାଇଁ ମହିଳାଙ୍କ ଚାଲାଣ କାଟିଲେ ଟ୍ରାଫିକ ପୁଲିସ, ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ସାରା ଦୁନିଆରେ ରହୁଥିବା ଲୋକେ କିଭଳି ଟ୍ରାଫିକ ନିୟମ ଠିକ୍‌ ଭାବରେ ପାଳନ କରିବେ ସେ ନେଇ ପ୍ରତି ସ୍ଥାନରେ ଟ୍ରାଫିକ ପୁଲିସଙ୍କୁ ମୁତୟନ କରାଯାଇଛି । ଦ୍ରୁତ ଗତିରେ ଗାଡ଼ି ଚଲାଇବା, ବିନା ହେଲମେଟ ବା ଭୁଲ ପାର୍ଶ୍ୱ ଦେଇ ଗାଡ଼ି ଚଳାଇବାକୁ ନେଇ ଟ୍ରାଫିକ ପୁଲିସମାନେ ଚାଲାଣ କାଟିବାର ମଧ୍ୟ ବ୍ୟବସ୍ତା କରାଯାଇଛି । ଯାହାଦ୍ୱାରା ଲୋକମାନେ ଚାଲାଣ କଟାଯିବା ଡ଼ରରେ ଟ୍ରାଫିକ ନିୟମ ମାନିବାକୁ ବାଧ୍ୟ ହେବେ ।

SantaBanta

ତେବେ ଆମେରିକାର ଜଣେ ଟ୍ରାଫିକ ପୁଲିସ ଜଣେ ମହିଳା ଚାଳକଙ୍କର ଯେଉଁ କାରଣ ପାଇଁ ଚାଲାଣ କାଟିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳା ଚାଳକଜଣଙ୍କ ଅତ୍ୟଧିକ ସୁନ୍ଦର ଥିବାରୁ ଟ୍ରାଫିକ ପୁଲିସଜଣଙ୍କ ତାଙ୍କର ଚାଲାଣ କାଟିଥିବା ଜଣା ପଡ଼ିଛି । ଏଭଳି କାମ ପାଇଁ ଏବେ ଟ୍ରାଫିକ ପୁଲିସକୁ ଅଟକ ରଖା ଯାଇ ପଚରାଉଚରା ଆରମ୍ଭ ହୋଇଛି । ଭାଇରାଲ ହୋଇଥିବା ଚାଲାଣ ରସିଦର ଫଟୋରୁ ରସିଦ୍‌ଟି ମେ’ ୨୫ରେ କଟାଯାଇଥିଲା ବୋଲି ଜଣା ପଡ଼ିଛି । ଚାଲାଣ କାଟିବାର କାରଣ, ମହିଳାଙ୍କ ସୁନ୍ଦରତାକୁ ଦେଖି ରାସ୍ତାରେ ଯାଉଥିବା ଲୋକମାନଙ୍କ ଧ୍ୟାନ ଭଙ୍ଗ ହେଉଥିବା ଲେଖାଯାଇଛି । ଏହା ସହ ଶେଷରେ ଟ୍ରାଫିକ ପୁଲିସଜରଙ୍କ ତଳେ ଟେ ଆମୋ (ଆଇ ଲଭ୍‌ ୟୁ) ମଧ୍ୟ ଲେଖଛନ୍ତି । ଜଣେ ଟ୍ରାଫିକ ପୁଲିସ ହୋଇ ମହିଳାଙ୍କ ପ୍ରତି ଏଭଳି ବ୍ୟବହାର କରିବା ପରେ ଏବେ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର