ପାକିସ୍ତାନରେ ପ୍ରବଳ ବନ୍ୟା, ଭାରତକୁ ଦାୟୀ କଲା ଇସ୍ଲାମାବାଦ

ନୂଆଦିଲ୍ଲୀ : ହିମାଳୟରୁ ବାହାରି ଭାରତର ଜମ୍ମୁ କଶ୍ମୀର, ପଞ୍ଜାବ, ହିମାଚଳପ୍ରଦେଶ ଆଦି ରାଜ୍ୟ ଦେଇ ପାକିସ୍ତାନକୁ ଯାଉଥିବା ସିିନ୍ଧୁ ନଦୀ, ସତଲେଜ,ବ୍ୟାସ, ରବି ଆଦି ନଦୀରେ ଏବେ ପ୍ରବଳ ବନ୍ୟା । ଏହା ଫଳରେ ଭାରତର ଏହିସବୁ ରାଜ୍ୟରେ ବନ୍ୟା ଦେଖାଦେଇଛି । ଏହା ସହିତ ପାକିସ୍ତାନର ପଞ୍ଜାବ ଓ ଖାଇବର ପଖତୁନଖ୍ଵାବା ଆଦି ରାଜ୍ୟରେ ବନ୍ୟା ଦେଖାଦେଇଛି ।

ଏସବୁ ଘଟଣା ପ୍ରାକୃତିକ ଦୁର୍ବିପାକ ହୋଇଥିଲେ ମଧ୍ୟ ପାକିସ୍ତାନ ନିଜର ସଂଦେହ ଛାଡିପାରୁନାହିଁ । ଭାରତ ଜାଣିଶୁଣି ପାଣିଛାଡି ପାକିସ୍ତାନରେ ବନ୍ୟା କରାଉଛି ବୋଲି ଅଭିଯୋଗ କରିଛି । ପାକିସ୍ତାନର ପ୍ରୋଭିନ୍ସିଆଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ( ପିଡିଏମଏ)ର ମହାନିର୍ଦ୍ଦେଶକ କହିଛନ୍ତି ଯେ ଭାରତ ବିନା ସୂଚନାରେ ସତଲେଜ ନଦୀରେ ଥିବା ଆଲଚି ନଦୀବନ୍ଧର ଗେଟ ଖୋଲିଦେବାରୁ ବନ୍ୟା ହୋଇଛି । ଏହାକୁ ଦୃଷ୍ଟିରେ ରଖି ସେ ଆବଶ୍ୟକ ସତର୍କ ସୂଚନା ଜାରି କରିଛନ୍ତି । ସୂଚନାଯୋଗ୍ୟ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଗତ ୧୯୫୮ ମସିହାରୁ ଥିବା ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅନୁସାରେ ଭାରତ ପାକିସ୍ତାନକୁ ପାଣି ଯୋଗାଇଥାଏ ।

ସମ୍ବନ୍ଧିତ ଖବର