ଭୟଙ୍କର ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ : ଏବେ ବି ଆମେରିକାରେ ଧ୍ୱଂସଲୀଳା ଚାଲିଛି, (ଭିଡିଓ ଦେଖନ୍ତୁ)

ଓ୍ଵାସିଂଟନ: ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ ଗତକାଲି ଆମେରିକାର ନର୍ଥ କାରୋଲିନା ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡିଛି । ଅନେକ ସ୍ଥାନରେ ଘରଦ୍ୱାର ଭାଙ୍ଗି ପଡିଥିବା ବେଳେ ଗଛ ଉପୁଡି ପଡିଛି । ରାଜ୍ୟର ବ୍ୟାପକ ଅଂଚଳରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ଏ ପର୍ଯ୍ୟନ୍ତ ମିଳିଥିବା ସରକାରୀ ସୂଚନା ଅନୁସାରେ ମୋଟ ୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

 

ଏହି ଝଡ଼ ଯୋଗୁଁ ରାଜ୍ୟର ପ୍ରାୟ ସବୁ ଅଂଚଳ କ୍ଷତିଗସ୍ତ ହୋଇଛି ଓ ପ୍ରାୟ ସବୁଲୋକ ପ୍ରଭାବିତ ହୋଇଛନ୍ତି ବୋଲି ନର୍ଥ କାରୋଲିନା ଗଭର୍ଣ୍ଣର ରୟ କୁପର କହିଛନ୍ତି । ରାଜ୍ୟର ଓ୍ଵିଲମିଂଟନ ଅଂଚଳରେ ଗଛ ପଡିଯିବାରୁ ଜଣେ ମହିଳା ଓ ଏକ ଶିଶୁ ମୃତ୍ୟୁବରଣ କରିଛନ୍ତି । ସେହିପରି ହୃଦଘାତରେ ଆଉ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି ।

 

ଗତ କାଲି ଫ୍ଲୋରେନ୍ସ ସ୍ଥଳଭାଗ ଛୁଇଁବା ପରେ ଉତ୍ତର କାରୋଲିନା ଓ ଦକ୍ଷିଣ କାରୋଲିନାରେ ଆଜି ବ୍ୟାପକ କ୍ଷୟକ୍ଷତି କରିଛି । ନର୍ଥ କାରୋଲିନାର ନ୍ୟୁବର୍ନ ସହରର ବ୍ୟାପକ ଅଂଚଳ ଜଳମଗ୍ନ ହୋଇଛି ।

ସମ୍ବନ୍ଧିତ ଖବର