ଚଳାଇବା ଅନୁମତି ନ ମିଳିବାରୁ ବିମାନବନ୍ଦରକୁ ଯାଇ ବିମାନ ଚୋରି ଉଦ୍ୟମ କଲେ ଛାତ୍ର

ନୂଆଦିଲ୍ଲୀ : ଆପଣମାନେ ଆଗରୁ କାର୍‌, ବାଇକ୍‌ ବା ଅଟୋ ଚୋରି ହେଉଥିବା ଖବର ଶୁଣିଥିବେ । କିନ୍ତୁ କେବେ ବିମାନ ଚୋରି କଥା ଶୁଣିଛନ୍ତି କି? ଆଜ୍ଞା ହଁ! ଫ୍ଲୋରିଡ଼ାରେ ଥିବା ଓର୍‌ଲାଣ୍ଡୋ ବିମାନବନ୍ଦରୁ ଜଣେ ଛାତ୍ର ବିମାନ ଚୋରି କରୁଥିଲେ ବୋଲି ଖବର ମିଳିଛି । ମେଣ୍ଟେନାନ୍ସ ପାଇଁ ବିମାନକୁ ରଖା ଯାଇଥିବା ବେଳେ ଛାତ୍ରଜଣଙ୍କ ବିମାନ ମଧ୍ୟକୁ ଯାଇଥିଲେ । କେହି ନ ଥିବା ଦେଖି ବିମାନ ଉଡ଼ାଇବାକୁ ଆରମ୍ଭ କରୁଥିବା ସମୟରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

oneindia.com

ସୂଚନା ମୁତାବକ, ଚୋରି ଉଦ୍ୟମ କରୁଥିବା ଛାତ୍ରଙ୍କ ପାଖରେ ବେସାମରିକ ପାଇଲଟର ଲାଇସେନ୍ସ ଥିବା ବେଳେ ତାଙ୍କୁ ଏୟାରକ୍ରାଫ୍ଟ ଉଡ଼ାଇବା ପାଇଁ ଅନୁମତି ଦିଆ ଯାଇ ନ ଥିଲା । ଏହା ପରେ ସେ ବିମାନକୁ ଚୋରି କରିବା କଥା ଭାବିଥିଲେ । ଅଭିଯୁକ୍ତ ଛାତ୍ରଙ୍କ ନାମ ନିଶଲ ସଙ୍କଟ ବୋଲି ଚିହ୍ନଟ କରାଯାଇଛି । ଅଭିଯୁକ୍ତ ଜଣଙ୍କ ଫ୍ଲୋରିଡ଼ା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ପାଠ ପଢ଼ୁଥିବା ବେଳେ ତାଙ୍କ ପାଖରେ କାନାଡ଼ା ଏବଂ ତ୍ରିନିଦାଦ୍‌ର ନାଗରିକତା ଥିବା ଜଣା ପଡ଼ିଛି । ନିଶଲଙ୍କ ପାଖରେ ଲାଇସେନ୍ସ ଥାଇ ମଧ୍ୟ ସେ ଏୟାରକ୍ରାଫ୍ଟ ଏୟାରବସ୍‌ ୩୨୧ ବିମାନ ଚଳାଇବାକୁ ସେତିକି ଯୋଗ୍ୟ ନଥିବାରୁ ତାଙ୍କୁ ବିମାନ ଚଳାଇବା ପାଇଁ ଅନୁମତି ଦିଆ ଯାଇ ନଥିଲା, ଯାହା ପାଇଁ ସେ ଏହି ଉଦ୍ୟମ କରିଥିଲେ । ଜାନୁଆରି ୨୦୧୮ରେ ତାଙ୍କୁ ବେସାମରିକ ପାଇଲଟର ଲାଇସେନ୍ସ ମିଳିଥିଲା ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର