କୋଲକାତାରେ ପୁଣି ଫ୍ଲାଏଓଭର୍‌ ଭୁଶୁଡ଼ିଲା:ଜଣେ ମୃତ, ୨୦ ଆହତ

0 20

କୋଲକାତା: କୋଲକାତା ମାଜେରହାଟରେ ଆଜି ଏକ ଫ୍ଲାଏଓଭର ଭୁଶୁଡ଼ି ପଡ଼ିବାରୁ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଫ୍ଲାଏଓଭର୍‌ର ଗୋଟିଏ ଅଂଶ ଦବି ଯିବାରୁ ଅନେକ ଗାଡ଼ି ଧସିଯାଇଥିଲା ଏବଂ ମାଟି ତଳେ କିଛି ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରି ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ଏନ୍‌୍‌ଡିଆର୍‌ଏଫ୍‌ ଟିମ୍‌ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି। ଏହା ପୂର୍ବରୁ ୨୦୧୬ରେ ମଧ୍ୟ କୋଲକାତାରେ ଏକ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ି ପଡ଼ିବାରୁ ୨୭ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଶତାଧିକ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.