ଫୋକସରେ କେରଳ: କେତେ ପ୍ରଭ‌ାବ ପକାଇବ ସାବରିମାଳା ବିବାଦ

ଥିରୁବନନ୍ତପୁରମ: ସାବରିମାଳା ବିବାଦ ପରେ ଏବେ ସମସ୍ତଙ୍କର ନଜର ରହିଛି କେରଳ ଉପରେ। ରାଜ୍ୟରେ ସିପିଏମ୍ ନେତୃତ୍ବାଧୀନ ଏଲଡିଏଫ୍ ଏବଂ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍ ମଧ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ହେଉଥିଲେ ମଧ୍ୟ ବିଜେପି ଏଥର ଖାତା ‌େଖାଲିବ ବୋଲି ଆଶା ରଖିଛି। ଏଥର ଲୋକସଭା ନିର୍ବାଚନରେ କଂଗ୍ରେସ ଆସନ ସବୁ ପୋଛିନେବ ବୋଲି କେତେକ ସଂସ୍ଥାଙ୍କ ଦ୍ବାରା କରାଯାଇଥିବା ସର୍ଭେ ରି‌େପାର୍ଟ କହୁଥିବା ବେଳେ କ୍ଷମତାସୀନ ବାମ ସାମ୍ମୁଖ୍ୟ କିନ୍ତୁ ଆଶାବାଦୀ। ୨୦୧୬ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଏହି ସାମ୍ମୁଖ୍ୟକୁ ବିପୁଳ ସମର୍ଥନ ମିଳିଥିଲା। ଲୋକସଭା ନିର୍ବାଚନରେ ମଧ୍ୟ ସଫଳତା ମିଳିବ ବୋଲି ସାମ୍ମୁଖ୍ୟ ନେତା ଦାବି କରୁଛନ୍ତି। ଗତ ବିଧାନସଭା ନିର୍ବାଚନରେ ୧୪୦ ଆସନ ମଧ୍ୟରୁ ବାମ ସାମ୍ମୁଖ୍ୟକୁ ୯୧ ଆସନ ମିିଳିଥିବା ବେ‌େଳ କଂ‌େଗ୍ରସକୁ ମିଳିଥିଲା ୪୭। ଗୋଟିଏ ଆସନରେ ବିଜୟୀ ହୋଇ ବିଜେପି ଏହାର ଖାତା ‌ଖୋଲିଥିଲା। ଲୋକସଭା ନିର୍ବାଚନରେ ମଧ୍ୟ ସେମାନେ ଅନୁରୂପ ସଫଳତା ଦୋହରାଇବେ ବୋଲିି ସିପିଏମ୍ ନେତାମାନେ କହୁଛନ୍ତି। ‌ଜଣେ ନେତା କହିଛନ୍ତି ଯେ ସାମ୍ମୁଖ୍ୟ କଂଗ୍ରେସ ଠାରୁ ଅଧିକ ଆସନ ପାଇବ। ‌େତବେ ସବୁ ଆସନରେ ବିଜେପିକୁ ହରାଇବା ଲାଗି ସେମାନେ ରଣନୀତି ପ୍ରସ୍ତୁତ କରିଛନ୍ତି। ନିର୍ବାଚନରେ ସାବରିମାଳା ବିବାଦର‌ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେମାନେ କହୁଛନ୍ତି। ଲୋକସଭାରେ କେରଳର ୨୦ଟି ଆସନ ରହିଛି।। ଏବେ ଗୃହରେ କଂଗ୍ରେସ ସାମ୍ମୁଖ୍ୟର ୯ ସଭ୍ୟ ଥିବା ବେଳେ ବାମ ସାମ୍ମୁଖ୍ୟର ୭ ସଭ୍ୟ ଅଛନ୍ତି। ବର୍ତମାନ ସୁଦ୍ଧା ବିିଜେପି ଏହାର ଖାତା ଖୋଲି ପାରି ନାହିଁ।

ଅନ୍ୟପକ୍ଷରେ ସାବରିମାଳା ବିବାଦ ପରେ ବିଜେପି ରାଜ୍ୟ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛି। ସାବରିମାଳା ମନ୍ଦିରରେ ମହିଳା ଭକ୍ତଙ୍କ ପ୍ରବେଶକୁ ଅନୁମତି ଦେଇଥିଲେ ସୁପ୍ରିମ କୋର୍ଟ। କିନ୍ତୁ ବିଜେପି ଏହାକୁ ବିରୋଧ କରି ମୁ୍ଖ୍ୟ ପ୍ରସଙ୍ଗ କରିଥିଲା। ଏହାକୁ ଆଧାର କରି ବିଜେପିକୁ ଅତିକମରେ ତିନିଟି ଆସନ ମିଳିବ ବୋଲି ଏହାର ନେତାମାନେ କହୁଛନ୍ତି। ଦଳ ପକ୍ଷରୁ ୪ଟି ଆସନକୁ ଟାର୍ଗେଟ କରାଯାଇଛି। ସେଗୁଡ଼ିକ ହେଲା ଥିରୁବନନ୍ତପୁରମ, ତ୍ରିସୁର, କୋଟ୍ଟାୟମ ଏବଂ ପଥନମଥିଟ। ଥିରୁବନନ୍ତପୁରମରୁ ଗତ ଦୁଇଟି ନିର୍ବାଚନରେ କଂଗ୍ରେସ ନେତା ଶଶି ଥରୁର ବିଜୟୀ ହୋଇ ଆସୁଛନ୍ତି। ଏହି ଆସନରେ ତାଙ୍କୁ ହରାଇବା ଲାଗି ବିଜେପି ନେତାମାନେ ଫୁଲଦମରେ‌ ଲାଗି ପଡ଼ିଛନ୍ତି। ପ୍ରାକ୍ ନିର୍ବାଚନୀ ସର୍ଭେରୁ ଜଣାପଡ଼ିଛି‌ ଯେ ୨୦ ଲୋକସଭା ଆସନ ମଧ୍ୟରୁ କଂଗ୍ରେସ ସାମ୍ମୁଖ୍ୟକୁ ୧୬ଟି ଆସନ ମିଳିବ। ଏହାକୁ ନେଇ କଂଗ୍ରେସ ଉତ୍ସାହିତ ରହିଛି। ରାହୁଲ ଗାନ୍ଧୀ କେରଳର ୱାୟାନଡ୍ ଆସନରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବାରୁ ରାଜ୍ୟରେ କଂଗ୍ରେସକୁ କେହି ଅଟକାଇପାରିବେ ନାହିଁ ବୋଲି ଦଳର ନେତାମାନେ କହୁଛନ୍ତି।

ସମ୍ବନ୍ଧିତ ଖବର