ସୋନିଆଙ୍କ ପଥ ଅନୁସରଣ କରି ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଆଶା ଦେବୀ କ୍ଷମା ଦିଅନ୍ତୁ: ବରିଷ୍ଠ ଆଡ୍‌ଭୋକେଟ୍‌ ଇନ୍ଦିରା ଜୟସିଂହ

ନୂଆଦିଲ୍ଲୀ: ନିର୍ଭାୟାଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିବା ଦୋଷୀମାନଙ୍କୁ କ୍ଷମା କରିଦେବାକୁ ବରିଷ୍ଠ ଆଡ୍‌ଭୋକେଟ୍‌ ଇନ୍ଦିରା ଜୟସିଂହ ଆଶା ଦେବୀଙ୍କୁ ଉପଦେଶ ଦେଇଛନ୍ତି।

ନଳିନୀଙ୍କୁ କ୍ଷମା ଦେଇଥିବା ସୋନିଆ ଗାନ୍ଧୀଙ୍କ ଦୃଷ୍ଟାନ୍ତ ଅନୁସରଣ କରିବାକୁ ସେ ଆଶା ଦେବୀଙ୍କୁ ଅନୁରୋଧ କରି ଶୁକ୍ରବାର ରାତିରେ ଟୁଇଟ୍‌ କରିଛନ୍ତି: ଆଶା ଦେବୀଙ୍କ ଦୁଃଖକୁ ମୁଁ ପୂର୍ଣ୍ଣରୂପେ ଅନୁଭବ କରିପାରୁଥିବାରୁ, ମୃତ୍ୟୁଦଣ୍ଡ ନ ମିଳୁ କହି ନଳିନୀକୁ କ୍ଷମା ଦେଇଥିବା ସୋନିଆ ଗାନ୍ଧୀଙ୍କ ଦୃଷ୍ଟାନ୍ତ ଅନୁସରଣ କରିବାକୁ ନିବେଦନ କରୁଛି। ଆମେ ଆପଣଙ୍କୁ ସମର୍ଥନ କରୁଛୁ, କିନ୍ତୁ ମୃତ୍ୟୁଦଣ୍ଡକୁ ବିରୋଧ କରୁଛୁ।

୧୯୯୧ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ କଂଗ୍ରେସ ନେତା ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ନଳିନୀଙ୍କୁ ଗିରଫ କରାଯାଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

Image Source: Hindustan Times

ଶୁକ୍ରବାର ପୂର୍ବାହ୍ନରେ ଆଶା ଦେବୀ ଅଦାଲତ ଏବଂ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ ୨୦୧୨ରେ ରାଲିରେ ଅଂଶଗ୍ରହଣ କରି ନାରୀ ସୁରକ୍ଷା ନିମନ୍ତେ ସ୍ଲୋଗାନ୍‌ ଦେଉଥିବା ଲୋକମାନେ ରାଜନୈତିକ ଫାଇଦା ନିମନ୍ତେ ମୋ ଝିଅର ମୃତ୍ୟୁଘଟଣାରେ ଖେଳ ଖେଳୁଛନ୍ତି। ରାଜନୈତିକ ଫାଇଦା ନିମନ୍ତେ ସେମାନେ ଫାଶୀ ବନ୍ଦ କରାଇଛନ୍ତି।

ନିର୍ଭୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଦୋଷୀମାନଙ୍କୁ ଜାନୁଆରି ୨୨ ତାରିଖ ସକାଳ ୭ଟା ଫାଶୀ ଦିଆଯିବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ତାହା ପରିବର୍ତ୍ତନ କରାଯାଇ ଫେବ୍ରୁଆରି ୧ ତାରିଖ ସକାଳ ୬ଟା ବେଳକୁ ଦିନ ଧାର୍ଯ୍ୟ କରାଯାଇଛି।

ପୂର୍ବରୁ ଆଶା ଦେବୀ କହିଥିଲେ କି, ସେମାନେ ଫାଶୀ ନ ପାଇଲା ଯାଏଁ ମୋ ମନରେ ଶାନ୍ତି ନାହିଁ।

ସମ୍ବନ୍ଧିତ ଖବର