ହାତ ମିଳାଇଲେ ଭାରତ, ଇରାନ ଓ ଆଫଗାନିସ୍ତାନ, ଲକ୍ଷ୍ୟ ପାକିସ୍ତାନକୁ ଘେରିବା

କାବୁଲ : ପ୍ରଥମ ଥର ପାଇଁ ଭାରତ ଆଫଗାନିସ୍ତାନ ଓ ଇରାନ ଏଠାରେ ଏକାଠି ହୋଇ ପାରସ୍ପରିକ ସହଯୋଗ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି । ବିଶେଷ କରି ଇରାନରେ ନିର୍ମିତ ଚାବାହାର ବନ୍ଦର ଖୋଲିବା ପରେ ତାହା ମାଧ୍ୟମରେ ଆଫଗାନିସ୍ଥାନ ଓ ମଧ୍ୟ ଏସିଆକୁ ଯୋଗାଯୋଗ ଓ ପରିବହନ ବୃଦ୍ଧି ବିଷୟରେ ଆଲୋଚନା ହୋଇଛି । ଗତକାଲି ଇରାନର ସଡ଼କ ପରିବହନ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଅବାସ ଅଖଉଣ୍ଡି କହିଥିଲେ ଯେ ଆମେରିକା ଏହି ଅଞ୍ଚଳରେ ଏକ ବାହାର ପକ୍ଷ । ଏସିଆର ବିକାଶ ପାଇଁ ଭାରତ-ଇରାନ ମଧ୍ୟରେ ରହିଥିବା ସଂପର୍କକୁ ଆହୁରି ସୁଦୃଢ କରିବାକୁ ହେବ । ତେବେ ଏହି ତିନି ଦେଶ ଏକାଠି ହେବା ପାକିସ୍ତାନ ଓ ଚୀନ ପାଇଁ ଚିନ୍ତାର ବିଷୟ ହୋଇଛି । କାରଣ ଆଫଗାନିସ୍ତାନ ରପ୍ତାନି ଆମଦାନୀ ପାଇଁ ସବୁବେଳେ ପାକିସ୍ତାନ ଉପରେ ନିର୍ଭର କରୁଥିଲା । କିନ୍ତୁ ଏବେ ଆଉ ପାକିସ୍ତାନ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଏହା ଫଳରେ ଆତଙ୍କବାଦ ବିରୋଧୀ ଲଢେଇରେ ଏହି ତିନି ଦେଶ ଏକାଠି ହୋଇପାରିବେ ।

ସମ୍ବନ୍ଧିତ ଖବର