ବଳପୂର୍ବକ ଶାରୀରିକ ସଂପର୍କ ଓ ଅପ୍ରାକୃତିକ ଯୌନକ୍ରିୟା କ୍ରୁରତା, ଏହି ଆଧାରରେ ଦେଇ ହେବ ଛାଡ଼ପତ୍ର: ହାଇକୋର୍ଟ

ଲୁଧିଆନା: ପଞ୍ଜାବ ଏବଂ ହରିୟାଣା କୋର୍ଟ କହିଛନ୍ତି ଯେ ବୈବାହିକ ଜୀବନରେ ବଳପୂର୍ବକ ଶାରୀରିକ ସଂପର୍କ ସ୍ଥାପନ ଏକ ପ୍ରକାରର କ୍ରୁରତା। ଏହି ଆଧାରରେ ଜଣେ ଚାହିଁଲେ ଛାଡ଼ପତ୍ର ଆବେଦନ କରିପାରିବ। ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅପ୍ରାକୃତିକ ସମ୍ବୋଗ ଅଭିଯୋଗ ଆଣିବା ପରେ କୋର୍ଟରେ ଏହି ମାମଲାର ବିଚାର ପାଇଁ ଏକ ଖଣ୍ଡପୀଠ ଗଠିତ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ପଞ୍ଜାବର ଯୁବତୀ ଜଣେ ବିହାରୀ ଯୁବକଙ୍କୁ ବିବାହ କରିଥିଲେ। ବିବାହ ପରେ ମହିଳାଙ୍କ ସ୍ୱାମୀ ତାଙ୍କୁ ଅପ୍ରାକୃତି ସମ୍ଭୋଗ ପାଇଁ ବାଧ୍ୟ କରିବା ସହ ରୀତିମତ ଭାବେ ମୁଖ ମୈଥୁନ ପାଇଁ କହୁଥିଲେ। ସେ ଆହୁରି ବି କହିଛନ୍ତି ଯେ ତାଙ୍କ ସ୍ୱାମୀ ମଦ୍ୟପାନ କରି ତାଙ୍କୁ ନୂଆ ଢଙ୍ଗରେ ଶାରୀରିକ ସଂପର୍କ ସ୍ଥାପନ ପାଇଁ ବାଧ୍ୟ କରୁଥିଲେ।

ଶେଷରେ ଅତିଶୟ ହୋଇ ମହିଳା ଜଣକ ୨୦୧୦ ମସିହାରେ ସ୍ୱାମୀଙ୍କୁ ଛାଡ଼ି ଆସି ବାପ ଘରେ ରହୁଥିଲେ। ତାଙ୍କର ଏକ ପିଲା ମଧ୍ୟ ଅଛି।

ପୂର୍ବରୁ ମହିଳା ଜଣକ କରିଥିବା ଛାଡ଼ପତ୍ର ଆବେଦନକୁ ପଞ୍ଜାବ କୋର୍ଟ ଖାରଜ କରି ଦେଇଥିଲେ। ମାତ୍ର ପରେ ଜାଣିବାକୁ ମିଳିଲା ଯେ ବ୍ୟକ୍ତି ଜଣକ ରୀତିମତ ଭାବେ ତାଙ୍କ ପତ୍ନୀଙ୍କୁ ବାଡ଼ଉଥିଲେ। ଏପରିକି ଅଧିକ ଯୌତୁକ ପାଇବା ପାଇଁ ନିଜ ନାଁରେ ବଢ଼େଇ ଚଢ଼େଇ ମିଛ କଥା ଆଦି କହିଥିଲେ। ସମସ୍ତ କଥାକୁ ଦୃଷ୍ଟିରେ ରଖି କୋର୍ଟ ମହିଳାଙ୍କୁ ଛାଡ଼ପତ୍ର ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର