ଆସନ୍ତାକାଲି ଚୀନ ଯାଉଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ, ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ନୂଆଦିଲ୍ଲୀ : ଆସନ୍ତା କାଲିଠାରୁ ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେଙ୍କ ଚୀନ ଗ୍ରସ୍ତ ଆରମ୍ଭ ହେଉଛି । ଏହି ଅବସରରେ ସେ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଂ ୟି ଙ୍କୁ ଭେଟି ଆଲୋଚନା କରିବେ । ଦୁଇ ଦେଶ ଏହାକୁ ଏକ ନିୟମିତ କୂଟନୈତିକ ପ୍ରକ୍ରିୟା ବୋଲି କହୁଥିବାବେଳେ ଏହି ଗ୍ରସ୍ତର ସମୟ ବେଶ ଗୁରୁତ୍ୱ ବହନ କରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଜାତିସଂଘର ଅନ୍ୟ ୪ ସ୍ଥାୟୀ ସଦସ୍ୟଙ୍କ ଚାପ ଚୀନ ଉପରେ ବଢିଚାଲିଛି । ଚୀନ ମଧ୍ୟ ଏ କ୍ଷେତ୍ରରେ କିଛିଟା ନରମ ମନୋଭାବ ପୋଷଣ କରିବା ଆରମ୍ଭ କରିଛି । ଏହାର ସୁଯୋଗ ନେଇ ଭାରତ ଚୀନକୁ ନିଜର ଚିନ୍ତା ସଂପର୍କରେ ଅବଗତ କରାଇବ ।

ଆହୁରି ମଧ୍ୟ ଚୀନର ଉଚ୍ଚାଭିଳାଷୀ ବେଲ୍ଟ ଏଣ୍ଡ ରୋଡ ଫୋରମ ସମ୍ମିଳନୀର କିଛି ଦିନ ଆଗରୁ ଏହି ଗ୍ରସ୍ତ ହେଉଛି । ଚୀନର ବିଭିନ୍ନ ଉଦ୍ୟମ ସତ୍ତ୍ୱେ ଭାରତ ଏଥିରେ ସାମିଲ ହେଉନାହିଁ । ଏହି ଆଲୋଚନାରେ ଚୀନ ଭାରତକୁ ପୁଣି ମନେଇବାକୁ ଚେଷ୍ଟା କରିପାରେ ।

ସମ୍ବନ୍ଧିତ ଖବର