ପୂର୍ବତନ କ୍ୟାବିନେଟ୍‌ ସଚିବ ଟିଆରଏସ ସୁବ୍ରମନ୍ୟନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ କ୍ୟାବିନେଟ୍‌ ସଚିବ ଟିଆରଏସ ସୁବ୍ରମନ୍ୟନ୍‌ଙ୍କର ଆଜି ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଉତ୍ତରପ୍ରଦେଶ କାଡରର ଭାରତୀୟ ପ୍ରଶାସନିକ ଅଧିକାରୀ ସୁବ୍ରମନ୍ୟନ୍‌ ୧୯୯୬ରୁ ୧୯୯୮ ମସିହା ମଧ୍ୟରେ କ୍ୟାବିନେଟ୍‌ ସଚିବ ଥିଲେ। ରାଜନୈତିକ ହସ୍ତକ୍ଷେପରୁ ଅମଲାତନ୍ତ୍ରକୁ ସୁରକ୍ଷା ଦେବାପାଇଁ ସୁବ୍ରମନ୍ୟନ୍‌ ନିଜର କଠୋର ପରିଶ୍ରମ ବଜାୟ ରଖିଥିଲେ। ଅମଲାତନ୍ତ୍ରକୁ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ରଖିବାପାଇଁ ଏବଂ ଅମଲାତନ୍ତ୍ରକୁ ରାଜନୈତିକ ହସ୍ତକ୍ଷେପରୁ ପୃଥକ୍‌ କରିବାପାଇଁ ଯେଉଁ ଅମଲାମାନଙ୍କ ଜନସ୍ୱାର୍ଥ ମାମଲାରେ ସୁପ୍ରିମକୋର୍ଟ ୨୦୧୩ ମସିହାରେ ପ୍ରଶାସନିକ ସେବା କ୍ଷେତ୍ରରେ ସଂସ୍କାର ଆଣିଥିଲେ ସେହି ଅମଲାମାନଙ୍କ ମଧ୍ୟରେ ଥିଲେ ସୁବ୍ରମନ୍ୟନ୍‌। ଏହା ଅତି ଗୁରୁତ୍ୱପୂର୍ଣ୍ଣ ରାୟ ଥିଲା। ସେ ମଧ୍ୟ ଶିବ-ନାଡର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଏବଂ ପୂର୍ବତନ ଚାନ୍ସେଲର ଥିଲେ। ଭାରତ ଏବଂ ଶାସନନୀତି ଉପରେ ସେ ଅନେକ ପୁସ୍ତକ ରଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀମାନେ ସୁବ୍ରମନ୍ୟନ୍‌ଙ୍କ ମୃତ୍ୟୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର