ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପଛରେ ମୋଦିଙ୍କ ଷଡଯନ୍ତ୍ର ଥିଲା: ଅଜିଜ କ୍ୟୁରେସି
ନୂଆଦିଲ୍ଲୀ: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ଦୁଇମାସ ପରେ ବି ବୟାନବାଜି ଜାରି ରହିଛି। ପୁଲଓ୍ଵାମା ଆକ୍ରମଣକୁ ନେଇ ଏବେ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ମିଜୋରମର ପୂର୍ବତନ ରାଜ୍ୟପାଳ ଓ କଂଗ୍ରେସ ନେତା ଅଜିଜ କ୍ୟୁରେସି ଏକ ବିବାଦୀୟ ବୟାନ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
#WATCH MP: Ex-Mizoram Guv Aziz Qureshi speaks on Pulwama attack&PM, says “Plan karke aapne ye karwaya taki apko mauka mile, lekin janta samajhti hai. Agar Modi ji chahein ki 42 jawanon ki hatya karke, unki chitaon ki raakh se apna rajtilak kar lein, janta nahi karne degi.”(14.04) pic.twitter.com/WvQfFpKF8L
— ANI (@ANI) April 15, 2019
ଅଜିଜ କ୍ୟୁରେସି ଦାବି କରି କହିଛନ୍ତି, ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷଡଯନ୍ତ୍ର କରିଥିଲେ। ଯଦି ମୋଦି ୪୨ଜଣ ସହିଦଙ୍କ ଜୀବନ ସହ ଖେଳି ସେମାନଙ୍କ ଚିତାରେ ନିଜର ରାଜତିଲକ୍ କରିବାକୁ ଚାହାନ୍ତି ତେବେ ଜନତା ଏପରି କରିବାକୁ ଆଦୌ ଦେବେ ନାହିଁ। ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣର ପକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଜୈସ୍-ଏ-ମହମ୍ମଦ କରିଥିବା କୁହାଯାଉଥିଲା। ଏହି ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ବାଲାକୋଟରେ ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ ବି କରିଥିଲା।
ଏଥିସହିତ କ୍ୟୁରେସି ଦାବି କରିଛନ୍ତି କି କଂଗ୍ରେସ ମଧ୍ୟପ୍ରଦେଶରେ ୨୦ରୁ ଅଧିକ ଲୋକସଭା ସିଟ୍ ଜିତିବ।