ନୂଆଦିଲ୍ଲୀ : ଗ୍ବାଲିୟରରେ ଜଣେ ପୂର୍ବ ସେନା ଯବାନ ଉନ୍ମତ କାଣ୍ଡ ଘଟାଇଛନ୍ତି। ସେ ତାଙ୍କ ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। କିନ୍ତୁ ଝିଅ ଏହାର ବିରୋଧ କରିବାରୁ ଯବାନ ତାଙ୍କୁ ମାରିଦେବାପାଇଁ ଗୁଳି ଚାଳନା କରିଥିଲେ। ହେଲେ ସୌଭାଗ୍ୟବଶତଃ ସେ ଏଥିରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଗତ ସୋମବାର ରାତିରେ ଏହି ଘଟଣା ଘଟିଛି। ନିଜ ପିତାଙ୍କ ଦ୍ବାରା ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଥିବା ଏହି ଯୁବତୀଙ୍କ ବୟସ ୨୧। ସେ ଶୋଇଥିବା ତାଙ୍କୁ ଦୁଷ୍କର୍ମ ପ୍ରୟାସ ହୋଇଥିଲା। ତେବେ ସେ ଏହାର ବିରୋଧ କରିବା ସହ ନିଜ ମା’ଙ୍କ ପାଖକୁ ଚାଲିଯିବାରୁ ଯବାନ ଜଣଙ୍କ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଗୁଳି ଶବ୍ଦ ଶୁଣି ପଡ଼ୋଶୀମାନେ ପହଞ୍ଚି ଯବାନଙ୍କୁ କାବୁ କରିନେଇଥିଲେ। ପୁଲିସ ପୂର୍ବ ଯବାନଙ୍କୁ ଗିରଫ କରିଛି।
ପୂର୍ବ ଯବାନଙ୍କ ଉନ୍ମତ୍ତ କାଣ୍ଡ
/sambad/media/post_attachments/wp-content/uploads/2019/06/police-generic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)