ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନ୍ନାନଙ୍କ ପରଲୋକ

ଜେନିଭା: ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନ୍ନାନଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ଉଦ୍ୟମ ସ୍ମରଣୀୟ ହୋଇ ରହିଛି । ସେ ମଧ୍ୟ ଥିଲେ ଜାତିସଂଘର ପ୍ରଥମ ଆଫ୍ରିକୀୟ କୃଷ୍ଣକାୟ ମହାସଚିବ । ସ୍ୱିଜରଲାଣ୍ଡସ୍ଥିତ କୋଫି ଆନ୍ନାନ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ ବିଗତ କିଛି ଦିନଧରି ସେ ଅସୁସ୍ଥ ଥିଲେ । ଜାତିସଂଘର ମହାସଚିବ ଥିବାବେଳେ ସେ ବିଶ୍ୱର ଗରିବ ଓ ଦୂର୍ବଳ ଦେଶମାନଙ୍କ ସହାୟତା ପାଇଁ ଜାତିସଂଘର କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ କରିଥିଲେ । ସେ ଜାନୁୟାରୀ ୧, ୧୯୯୭ରୁ ଡିସେମ୍ବର ୩୧, ୨୦୦୬ ପର୍ଯ୍ୟନ୍ତ ଜାତିସଂଘର ମହାସଚିବ ଥିଲେ । ୨୦୦୧ରେ ଜାତିସଂଘ ଓ ତାଙ୍କୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଦିଆଯାଇଥିଲା । କୋଫି ଆନ୍ନାନ ଏପ୍ରିଲ ୮, ୧୯୩୮ରେ ଘାନାରେ କୁମାସିଠାରେ ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କପିତା ଘାନାର ଏକ ରାଜ୍ୟର ଗଭର୍ଣ୍ଣର ଥିଲେ ।

ସମ୍ବନ୍ଧିତ ଖବର