ଯେଉଁ କାର୍ଯ୍ୟାଳୟରେ ପି.ଚିଦାମ୍ବରମଙ୍କୁ ଗିରଫ କରାଯାଇଛି, ତାହାର ଉଦଘାଟନ କରିଥିଲେ ନିଜେ ପି.ଚିଦାମ୍ବରମ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ,ସ୍ବରାଷ୍ଟ୍ର ମନ୍ତ୍ରୀ ଓ  ପୂର୍ବତନ କେନ୍ଦ୍ର  ଅର୍ଥମନ୍ତ୍ରୀ  ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କୁ ଆଇଏନଏକ୍ସ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଛି । ସିବିଆଇ ବୁଧବାର ରାତିରେ ଦିଲ୍ଲୀର ଜୋରବାଗସ୍ଥିତ ତାଙ୍କର ସରକାରୀ ନିବାସରୁ ତାଙ୍କୁ ଗିରଫ କରିଛି । ସିବିଆଇ ଟିମ ଚିଦାମ୍ବରମଙ୍କୁ ସିବିଆଇର ମୁଖ୍ୟ କାର୍ଯ୍ୟାଳୟକୁ ନେଇଛି । ଆଜି ତାଙ୍କୁ ସ୍ପେଶାଲ୍ ସିବିଆଇ କୋର୍ଟକୁ ନିଆଯିବ । ସୁଚନାନୁସାରେ , ତାଙ୍କୁ ସିବିଆଇ ସ୍ପେଶାଲ୍ ଜଜ୍ ଅଜୟ କୁମାରଙ୍କ ଅଦାଲତରେ ହାଜର କରାଯିବ ।

ମଜା କଥା ହେଉଛି କି ସିବିଆଇର ଯେଉଁ କାର୍ଯ୍ୟାଳୟରେ ପି.ଚିଦାମ୍ବରମଙ୍କୁ ଗିରଫ କରାଯାଇଛି ଏହାର ଉଦଘାଟନ ୟୁପିଏ ସରକାର ସମୟରେ ଗୃହମନ୍ତ୍ରୀ ଥିବା ପି ଚିଦାମ୍ବରମ୍ ହିଁ କରିଥିଲେ । ସିବିଆଇର ମୁଖ୍ୟାଳୟ ଭବନ କଂଗ୍ରେସ ସରକାର ସମୟରେ ୨୦୧୧ ପ୍ରସ୍ତୁତ ହୋଇଥିଲା । ସେତେବେଳେ ଉଦଘାଟନର ମୁଖ୍ୟ ଅତିଥି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଥିଲେ । ଏହି କାର୍ଯ୍ୟକ୍ରମରେ ପି.ଚିଦାମ୍ବରମ୍ ବିଶେଷ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ । ବୁଧବାର ସିବିଆଇ ତାଙ୍କୁ ଅଭିଯୁକ୍ତ ରୁପେ ସେହି ମୁଖ୍ୟାଳୟକୁ ଆଣିଥିଲେ ।

photo-khaskhabar

ଗିରଫ ହେବା ପୂର୍ବରୁ ସେ କଂଗ୍ରେସ ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରିବା ପରେ ନିଜ ଆବାସରେ ପହଁଚିଥିଲେ । ସିବିଆଇର ୩୦ ଜଣିଆ ଟିମ୍ ଦିଲ୍ଲୀ ପୋଲିସ୍ ସହାୟତାରେ ଜୋରବାଗ୍ ସ୍ଥିତ ଚିଦାମ୍ବରମ୍ ଙ୍କ ଆବାସରେ ପହଁଚିଥିଲା । କିଛି ସମୟ କବାଟ ବାଡେଇବା ପରେ ଅଧିକାରୀ ମାନେ କବାଟ ଭାଙ୍ଗି ଘରେ ପ୍ରବେଶ କରିଥିଲେ । ପରେ ଇଡିର ଏକ ଟିମ୍ ମଧ୍ୟ ସେଠାରେ ପହଁଚି ଏକ ଘଣ୍ଟା ପରେ ଚିଦାମ୍ବରମ୍ ଙ୍କୁ ଗିରଫ କରି ଲୋଦି ରୋଡ୍ ସିଜିଓ କମ୍ପଲେକ୍ସ ସ୍ଥିତ ସିବିଆଇ ମୁଖ୍ୟାଳୟ ନେଇଯାଇଥିଲେ ।

ସମ୍ବନ୍ଧିତ ଖବର