ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌ଡବ୍ଲୁ ବୁସ୍‌ଙ୍କର ୯୪ ବର୍ଷରେ ଦେହାନ୍ତ

ଓ୍ଵାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ହର୍ବର୍‌ ଓ୍ଵାକର୍‌ ବୁସ୍‌ଙ୍କର ୯୪ ବର୍ଷରେ ଦେହାନ୍ତ ଘଟିଛି ବୋଲି ବିଳମ୍ବିତ ଶୁକ୍ରବାରେ ତାଙ୍କ ପରିବାର ଘୋଷଣା କରିଛି।

ପରିବାରର ମୁଖପାତ୍ର ଜିମ୍‌ ମ୍ୟାକ୍‌ଗ୍ରାଥ୍‌ କହନ୍ତି: ପତ୍ନୀ ବାର୍ବରା ବୁସ୍‌ଙ୍କ ମୃତ୍ୟୁ ହେବାର ପ୍ରାୟ ୮ ମାସ ପରେ, ଶୁକ୍ରବାର ରାତି ୧୦ଟା ପରେ ପରେ ବୁସ୍‌ଙ୍କର ମୃତ୍ୟୁ ହୋଇଯାଇଛି।

ତାଙ୍କର ପୁତ୍ର ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁସ୍‌ କହିଥିବା ବକ୍ତବ୍ୟକୁ ଟୁଇଟର୍‌ରେ ରିଲିଜ୍‌ କରି ପରିବାରର ମୁଖପାତ୍ର କହିଛନ୍ତି: ଜେବ୍‌, ନିଲ୍‌, ମାର୍ଭିନ୍‌ ଡୋରୋ ଏବଂ ମୁଁ ଦୁଃଖର ସହ ଘୋଷଣା କରୁଛୁ ୯୪ଟି ଉଲ୍ଲେଖନୀୟ ବର୍ଷ ପରେ ଆମ ପ୍ରିୟ ବାପାଙ୍କର ଦେହାନ୍ତ ହୋଇ ଯାଇଛି।

୧୯୮୯ ରୁ ୧୯୯୩ ଯାଏଁ ବୁସ୍‌ ଆମେରିକାର ୪୧ତମ ରାଷ୍ଟ୍ରପତି ହୋଇଥିଲେ। ତାଙ୍କ ପରେ ପୁଅ ଜର୍ଜ ଡବ୍ଲୁ ଆମେରିକାର ୪୩ତମ ରାଷ୍ଟ୍ରପତି ହୋଇଥିଲେ।

୧୯୯୧ରେ ଉପସାଗରୀୟ ଯୁଦ୍ଧରେ ସଫଳତା ପରେ ଜର୍ଜ ଏଚ୍‌ଡବ୍ଲୁଙ୍କର ଜନପ୍ରିୟତା ବଢ଼ି ପୁଣି ହଠାତ୍‌ କମିଯାଇଥିଲା। ତାଙ୍କ ପରେ ରିପବ୍ଲିକାନ୍‌ ପରାସ୍ତ ହେଲା ଓ ଡେମୋକ୍ରାଟ୍‌ ବିଲ୍‌ କ୍ଲିନ୍‌ଟନ୍‌ କ୍ଷମତାକୁ ଆସିଲେ।

ବୁସ୍‌ ଦ୍ୱିତୀୟ ବିଶ୍ୱଯୁଦ୍ଧର ନାୟକ, ଟେକ୍ସାସ୍‌ କଂଗ୍ରେସ, ସିଆଇଏ ନିର୍ଦେଶକ ଏବଂ ରୋନାଲ୍‌ଡ୍‌ ରିଗାନ୍‌ଙ୍କର ଉପରାଷ୍ଟ୍ରପତି ଥିଲେ।

ବୁସ୍‌ଙ୍କ ଛଡ଼ା ଅନ୍ୟତମ ଆମେରିକୀୟ ରାଷ୍ଟ୍ରପତି ଜନ୍‌ ଆଡାମ୍‌ସ୍‌ଙ୍କର ପୁଅ ବି ଆମେରିକାର ରାଷ୍ଟ୍ରପତି ହୋଇଥିଲେ।

ସମ୍ବନ୍ଧିତ ଖବର