ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌କୁ ନେଇ ହମିଦ୍‌ ଅନ୍‌ସାରୀଙ୍କ ବୟାନ, କହିଲେ; ଜନତାଙ୍କୁ ପ୍ରଶ୍ନ କରିବାର ଅଧିକାର ରହିଛି, ଏୟାର ଷ୍ଟ୍ରାଇକ୍‌ କରି କ’ଣ ଲାଭ ମିିଳିଲା ସରକାର ଜଣାଇବା ଦରକାର

ନୂଆଦିଲ୍ଲୀ : ବାଲାକୋଟ୍‌ରେ ଭାରତୀୟ ବାୟୁସେନା କରିଥିବା ଏୟାରଷ୍ଟ୍ରାଇକ୍‌କୁ ୨ମାସ ପୁରିବାକୁ ଥିବା ବେଳେ ସେ ନେଇ ବିତର୍କ ଏ ପର୍ଯ୍ୟନ୍ତ ଥମି ନାହିଁ । ପୂର୍ବରୁ ପାକିସ୍ତାନ ଏୟାରଷ୍ଟ୍ରାଇକ୍‌ ନେଇ ପ୍ରମାଣ ମାଗୁଥିବା ବେଳେ ଏବେ ଭାରତର ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ହମିଦ୍‌ ଅନ୍‌ସାରୀ ଏ ନେଇ ପ୍ରଶ୍ନ ଉଠାଇଛନ୍ତି । ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌କୁ ନେଇ ନିଜର ବୟାନ ରଖିଥିଲେ ଅନ୍‌ସାରୀ । ତାଙ୍କ କହିବା ଅନୁଯାୟୀ, ନିଜ ସରକାରଙ୍କୁ ରକ୍ଷା ଏବଂ ବିଦେଶ ନୀତି ବିଷୟରେ ଦେଶର ନାଗରିକମାନଙ୍କୁ ପ୍ରଶ୍ନ କରିବାର ଅଧିକାର ରହିଛି । ବାଲାକୋଟ୍‌ରେ ଏୟାରଷ୍ଟ୍ରାଇକ୍‌ କରିବା ଦ୍ୱାରା କ’ଣ ଲାଭ ମିଳିଲା, ସେ ପ୍ରଶ୍ନ ପଚାରିବାର ଅଧିକାର ଜନତାଙ୍କର ରହିଛି । ଏବଂ ସରକାର ମଧ୍ୟ ଏହାର ଉତ୍ତର ଦେବା ଦରକାର । ଏ ବିଷୟରେ ଜାଣିବା ସବୁ ନାଗରିକଙ୍କ ଅଧିକାର ବୋଲି କହିଥିଲେ ଅନ୍‌ସାରୀ ।

oneindia.com

ଏହା ପରେ ଏଫ୍‌-୧୬ବିମାନକୁ ଖସାଇ ଥିବା ନେଇ ଭାରତର ଦାବିକୁ ପାକିସ୍ତାନ ମିଛ ବୋଲି କହୁଛି । ଏହା ଉପରେ ଆପଣଙ୍କ ମତାମତ କ’ଣ ବୋଲି ପଚରାଯିବା ପରେ, ଯଦି ଆମେ ସିଂହ ମାରିଛେ ବୋଲି ଦାବି କରୁଛେ, ତେବେ ସିଂହର ମର ଶରୀର ବି ଦେଖାଇବା ଦରକାର ବୋଲି କହିଥିଲେ ଅନ୍‌ସାରୀ ।

ସମ୍ବନ୍ଧିତ ଖବର