ବିବାହ ମଣ୍ଡପର କାନ୍ଥ ଭୁଷୁଡ଼ି ପଡ଼ିବାରୁ ୪ଜଣଙ୍କର ମୃତ୍ୟୁ, ୮ ଗୁରୁତର ଆହତ

ହାଇଦ୍ରାବାଦ୍ : ରବିବାର ଗୋଲନାକାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏକ ବିବାହ ମଣ୍ଡପର କାନ୍ଥ ଭୁଷୁଡ଼ି ପଡ଼ିବାରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି। ବିବାହଟି ପର୍ଲ ଗାଡେର୍ନରେ ହେଉଥିବା ବେଳେ ରବିବାର ଅପରାହ୍ନରେ ଏଭଳି ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ବିଜୟଲକ୍ଷ୍ମୀ, କୃଷ୍ଣୌୟା, ସୁରେଶ ଏବଂ ସୋହେଲ।

ସୂଚନା ମୁତାବକ, ବିବାହ ଚାଲିଥିବା ବେଳେ ହଠାତ୍ କାନ୍ଥ ଭୁଷୁଡ଼ି ପଡ଼ିବାରୁ ତଳେ ବସିଥିବା ବିଜୟଲକ୍ଷ୍ମୀ, କୃଷ୍ଣୌୟା, ସୁରେଶ ଏବଂ ସୋହେଲ ଚାପି ହୋଇ ଯାଇଥିଲେ। ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେବାରୁ ମୁଣ୍ଡରେ ଗଭୀର ଆଘାତ ଓ ନିଶ୍ବାସ ନ ନେଇ ପାରି ୪ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ପକ୍ଷରେ, ୮ଜଣଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିବାରୁ ସେମାନଙ୍କ ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ସେମାନେ ଗୁରୁତର ଭାବେ ଆହାତ ହୋଇଥିବା ଜଣା ପଡ଼ିଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଦୁର୍ଘଟଣାର ୨ଟି ଅଟୋ ଓ ୬ଟି ବାଇକ୍ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ନେଇ ସୂଚନା ମିଳିଛି।

ସମ୍ବନ୍ଧିତ ଖବର