ପୁଲିସ-ମାଓବାଦୀ ମୁହାଁମୁହିଁ: ଏନ୍‌କାଉଣ୍ଟରରେ ମହିଳା ସମେତ ୪ ମାଓବାଦୀ ନିହତ

ରାୟପୁର: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ରବିବାର ପୁଲିସ ଏନ୍‌କାଉଣ୍ଟରରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ମୃତ ମାଓବାଦୀଙ୍କ ମଧ୍ୟରେ ୩ଜଣ ପୁରୁଷ ଓ ଜଣେ ମହିଳା ସାମିଲ ଅଛନ୍ତି। ନାରାୟଣପୁର ଜିଲ୍ଲାର ଗୁମିଅାଁବେଡା ଜଙ୍ଗଲରେ ମାଓବାଦୀ ଥିବା ସୂଚନା ପାଇ ପୁଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା। ପୁଲିସକୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଳେ ହେଁ ସେମାନେ ମୁକାବିଲା କରିପାରି ନଥିଲେ। ପୁଲିସ ଗୁଳିରେ ୪ ଜଣ ମାଓବାଦୀ ଟଳି ପଡ଼ିଥିଲେ। ପୁଲିସ ଘଟଣାସ୍ଥଳରୁ ୪ଟି ବନ୍ଧୁକ, ଅଫୁଟା ଗୁଳି ଓ ବିସ୍ଫୋରକ ଜବତ ହୋଇଛି।

ସମ୍ବନ୍ଧିତ ଖବର