ଭାରତର ଆଣ୍ଟି-ସାଟେଲାଇଟ୍‌ ପରୀକ୍ଷାର ୪ ମାସ ପରେ ବି ଘୂରିବୁଲିଛି ୪୦% ଧ୍ୱଂସାବଶେଷ

ନୂଆଦିଲ୍ଲୀ : ଭାରତ ପକ୍ଷରୁ ଆଣ୍ଟି ସାଟେଲାଇଟ ଟେଷ୍ଟ କରିବାର ୪ ମାସ ବିତିଯାଇଥିଲେ ମଧ୍ୟ ଏବେ ବି ମହାକାଶରେ ଏହାର ଧ୍ୱଂସାବଶେଷ ଘୁରିବୁଲୁଛି । ହାର୍ଭାର୍ଡର ଜଣେ ଜ୍ୟୋତିର୍ବିଜ୍ଞାନୀ ଜୋନାଥନ ମାକଡାେଓ୍ଵଲ କହିଛନ୍ତି ଯେ ଏହି ପରୀକ୍ଷା ହେବାର ୧୨୨ ଦିନ ବିତିଯାଇଥିଲେ ମଧ୍ୟ ଧ୍ୱଂସ ପାଇଥିବା ସାଟେଲାଇଟର ପ୍ରାୟ ୪୦ ପ୍ରତିଶତ ଧ୍ୱଂସାବଶେଷ ମହାକାଶରେ ଘୂରିବୁଲୁଛି । ତାଲିକାଭୁକ୍ତ ହୋଇଥିବା ୧୦୧ଟି ଧ୍ୱଂସ ସାମଗ୍ରୀ ମଧ୍ୟରୁ ୩୯ଟି ଏବେ ବି ପୃଥିବୀ କକ୍ଷପଥରେ ଘୁରିବୁଲୁଛି । ଏହା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି ।


ଜୋନାଥନଙ୍କ ଏହି ବକ୍ତବ୍ୟ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ଦାବିର ବିରୋଧାଚରଣ କରୁଛି । କାରଣ ଡିଆରଡିଓ କହିଥିଲା ଯେ ମାତ୍ର ୪୫ ଦିନ ମଧ୍ୟରେ ଏସବୁ ଧ୍ୱଂସାବଶେଷ ମିଳାଇଯିବ । କୌଣସି ଶକ୍ତି ନଥାଇ ଏସବୁ ଖଣ୍ଡବିଖଣ୍ଡିତ ସାମଗ୍ରୀଗୁଡ଼ିକ ମହାକାଶରେ ବେଶୀ ଦିନ ରହିପାରିବ ନାହିଁ । ଏଗୁଡ଼ିକ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଧ୍ୱଂସ ପାଇଯିବ । ଏଣୁ ଏହା ଦ୍ୱାରା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପ୍ରତି ବିପଦ ରହିବା କଥା ଅମୂଳକ ।

ସମ୍ବନ୍ଧିତ ଖବର