ମଧ୍ୟପ୍ରଦେଶରେ କାର୍‌ ଦୁର୍ଘଟଣା ଘଟି ଚାରି ଜଣ ଜାତୀୟସ୍ତରୀୟ ହକି ଖେଳାଳି ମୃତ; ଅନ୍ୟ ତିନି ଜଣ ଆହତ

ହୋଶଙ୍ଗାବାଦ: ଯାତ୍ରା କରୁଥିବା କାର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ସୋମବାର ଦିନ ଚାରି ଜଣ ଜାତୀୟସ୍ତରୀୟ ହକି ଖେଳାଳିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ତିନି ଆହତ ହୋଇଥିବା କଥା ପୁଲିସ କହିଛି। ସେମାନେ ମଧ୍ୟପ୍ରଦେଶ ହକି ଏକାଡେମିର ଖେଳାଳି।

ଆହତମାନଙ୍କୁ ନିକଟବର୍ତ୍ତୀ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିବା ଜଣାପଡ଼ିଛି।

Image Source: Zee News

ଧ୍ୟାନ ଚନ୍ଦ୍ର ଟ୍ରଫି ଖେଳିବା ନିମନ୍ତେ ଉକ୍ତ ଖେଳାଳିମାନେ ଇତାର୍ସିରୁ ହୋଶଙ୍ଗାବାଦ ଅଭିମୁଖେ ଯାଉଥିବା ବେଳେ ୬୯ ନମ୍ବର ଜାତୀୟ ରାଜପଥର ରାଇସଲପୁର ଗାଁ ନିକଟରେ ସେମାନଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ପୁଲିସ କହିଛି ଯେ ଚାଳକ କାର୍‌ ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ରାସ୍ତା କଡ଼ରେ ଥିବା ଗୋଟାଏ ଗଛରେ ଧକ୍କା ଖାଇଥିଲା।

ମାମଲା ରୁଜୁ କରି ମୃତାହତମାନଙ୍କ ପରିଚୟ ଜାଣିବାକୁ ପୁଲିସ ଉଦ୍ୟମ ଚଳାଇଛି।

ସମ୍ବନ୍ଧିତ ଖବର