ଆମେରିକା ସେନା ଶିବିର ଉପରେ ୪ଟି ରକେଟ ମାଡ଼ କଲା ଇରାନ

ବାଗଦାଦ୍‌: ଇରାକସ୍ଥିତ ଆମେରିକା ସେନା ଶିବିର ଉପରେ ଇରାନ ଆଜି ୪ଟି ରକେଟ୍‌ ମାଡ଼ କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟରେ ଅଲ-ବାଲାଦସ୍ଥିତ ଆମେରିକା ସେନା ଶିବିର ଉପରକୁ ରକେଟ୍‌ ମାଡ଼ ହୋଇଥିବା କୁହାଯାଇଛି। ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି।

ଅନ୍ୟପଟରେ ଇରାନର ସରକାରୀ ଟିଭି ଚ୍ୟାନେଲ ପ୍ରେସ ଟିଭି ରିପୋର୍ଟ କରିଛି ଯେ, ଆମେରିକୀୟ ସେନା ଶିବିର ଉପରେ ଇରାନ ୭ ମୋର୍ଟାର ବୋମା ଆକ୍ରମଣ କରିଛି। ଇରାନର ଜଣେ ସୁରକ୍ଷାକର୍ମୀ କହିଛନ୍ତି, କୌଣସି ଆମେରିକୀୟ ସୈନ୍ୟଙ୍କୁ ହତ୍ୟା କରାଯିବାର ଲକ୍ଷ୍ୟ ନ ଥିଲା। ଅନ୍ୟପକ୍ଷରେ ଆକ୍ରମଣ ପୂର୍ବରୁ ଆମେରିକା ସୈନ୍ୟ ଶିବିର ଛାଡ଼ି ଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର