ମିଛ କହି ଫସିଗଲେ ରାହୁଲ ଗାନ୍ଧି, ଭାରତ ସହ ସୁରକ୍ଷା ଚୁକ୍ତି ହୋଇଥିବା କହିଲା ଫ୍ରାନ୍ସ

ନୂଆଦିଲ୍ଲୀ:  ମିଛ କହି ଫସିଯାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଜି ସଂସଦରେ ନିଜର ଭାଷଣ ଦେଲା ବେଳେ ରାଫାଲ ବିମାନ କିଣାରେ ଦୁର୍ନୀତି ହୋଇଛି ବୋଲି ସେ ଅଭିଯୋଗ କରିଥିଲେ । ଏହା ସହିତ କହିଥିଲେ ଯେ ଗୋପନୀୟ ସୁରକ୍ଷା ଚୁକ୍ତି ଆଳରେ ମୋଦି ସରକାର ଏ ସଂପର୍କିତ ତଥ୍ୟ ପ୍ରକାଶ କରିବାକୁ ମନା କରୁଛନ୍ତି । କିନ୍ତୁ ସେ ଫ୍ରାନ୍ସ ଗ୍ରସ୍ତରେ ଯାଇଥିବାବେଳେ ସେଠାକାର ରାଷ୍ଟ୍ରପତିଙ୍କୁ ଭେଟି ଏକଥା ପଚାରିବାରୁ ସେ କହିଥିଲେ ଯେ ଭାରତ ସହ ଏପରି କୌଣସି ଚୁକ୍ତି ହୋଇନାହିଁ ।

କିନ୍ତୁ ରାହୁଲଙ୍କ ଏହି କଥାର ତୁରନ୍ତ ଜବାବ ଆସିଛି ଫ୍ରାନ୍ସ ସରକାରଙ୍କଠାରୁ । ଫ୍ରାନ୍ସ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ “ଆମେ ରାହୁଲ ଗାନ୍ଧିଙ୍କ ଭାଷଣ ଶୁଣିଛୁ । ଭାରତ ଓ ଫ୍ରାନ୍ସ ମଧ୍ୟରେ ୨

୦୦୮ରେ ଏକ ସୁରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହା ଅନୁଯାୟୀ ଉଭୟ ଦେଶର ପରସ୍ପର ମଧ୍ୟରେ ଦିଆନିଆ ହୋଇଥିବା ଗୋପନୀୟ ସୂଚନାକୁ ବାହାରେ ପ୍ରକାଶ କରିପାରିବେ ନାହିଁ । ଏପରି କଲେ ସାମରିକ, ସୁରକ୍ଷାଗତ ଦୃଷ୍ଟିରୁ  ଉଭୟ ଦେଶର ସ୍ୱାର୍ଥ ପ୍ରଭାବିତ ହେବ । ଗତ ୨୦୧୬ ସେପ୍ଟେମ୍ବରରେ ସ୍ୱାକ୍ଷରିତ ରାଫେଲ ବିମାନ କିଣା ଚୁକ୍ତି ପାଇଁ ମଧ୍ୟ ଏହି ଚୁକ୍ତି ଲାଗୁହେବ । ଏହି ଚୁକ୍ତି ଅନୁସାରେ ଆମେ କିମ୍ବା ଭାରତ ଏ ସଂପର୍କିତ ସୂଚନା ପ୍ରକାଶ କରିପାରିବୁ ନାହିଁ ।”

 

ସମ୍ବନ୍ଧିତ ଖବର