ଭାରତର ଏହି ନିଷ୍ପତ୍ତି ଯୋଗୁଁ ପାକିସ୍ତାନର ନିଦ ହଜିଯାଇଛି

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଗ ହୋଇଥିବାବେଳେ ପାକିସ୍ତାନ ସବୁବେଳେ ଏଥରେ ମୁଣ୍ଡ ପୁରାଉଛି । ଗତ ୭୦ ବର୍ଷ ହେଲା ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ପାକିସ୍ତାନ ହସ୍ତକ୍ଷେପ କରି ଅସ୍ଥିରତା ସୃଷ୍ଟି କରିଚାଲିଛି । ଭାରତ ସରକାର ସବୁବେଳେ ଏହାର ନିନ୍ଦା କରିଆସୁଥିିବାବେଳେ ପାକିସ୍ତାନ ତାହାକୁ ଭୁକ୍ଷେପ କରୁନଥିଲା । କିନ୍ତୁ ୨୦୧୪ ରେ ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଭାରତ ନିଜର ପାକିସ୍ତାନ ନୀତିକୁ କଠୋର କରିଛି । ସାମରିକ, କୂଟନୈତିକ, ଆର୍ଥିକ ସବୁଦିଗରୁ ଭାରତ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିଚାଲିଛି । ପାଣି ଦ୍ୱାରା କିପରି ପାକିସ୍ତାନକୁ ସାବାଡ କରିବାକୁ ଭାରତ ଯୋଜନା କରୁଛି ତାହା ଆମେ ଆଗରୁ ଆଲୋଚନା କରିଥିଲେ । କିନ୍ତୁ ଆଉ ଏକ ଦିଗରୁ ମଧ୍ୟ ଭାରତ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିବାକୁ ଯାଉଛି । ତାହା ହେଉଛି ବେଲୁଚିସ୍ତାନ ଆନ୍ଦୋଳନକୁ ଖୋଲାଖୋଲି ସହାୟତା କରିବା । ଗତ ୨୦୧୫ରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଲାଲକିଲ୍ଲା ଭାଷଣରେ ବେଲୁଚିସ୍ତାନ ପ୍ରସଙ୍ଗ ଉଠାଇଥିଲେ । ନିକଟରେ ନୂଆଦିଲ୍ଲୀରେ ବେଲୁଚିସ୍ତାନକୁ ସ୍ୱାଧୀନ କରିବାକୁ ଲଢୁଥିବା ସଂଗଠନ ‘ଫ୍ରି ବେଲୁଚିସ୍ତାନ ମୁଭମେଣ୍ଟ’ ର ଅଫିସ ଖୋଲିବାକୁ ଭାରତ ସରକାର ଅନୁମତି ଦେଇଛନ୍ତି । ଏହି ସଂଗଠନକୁ ପାକିସ୍ତାନ ନିଜ ଦେଶ ବିରୋଧୀ ସଂଗଠନ ମାନ୍ୟତା ଦେଇଥାଏ । ଏଣୁ ଏହାକୁ ନେଇ ପାକିସ୍ତାନ ତୀବ୍ର ବିରୋଧ କରିଛି । ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ପାକିସ୍ତାନର ଆଭ୍ୟନ୍ତରୀଣ ମାମଲାରେ ସବୁବେଳେ ହସ୍ତକ୍ଷେପ କରିଆସିଛି । ଭାରତର ଏହି ପଦକ୍ଷେପ ପାକିସ୍ତାନ ପ୍ରତିଥିବା ନୂଆଦିଲ୍ଲୀର ଭୟଙ୍କର ମନୋଭାବକୁ ଦର୍ଶାଉଛି ।

ସମ୍ବନ୍ଧିତ ଖବର