ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଗମ୍ଭୀର ରହିଛି। ଏମ୍ସର ବୟାନ ମୁତାବକ, ବାଜପେୟୀ ଗତ ୯ସପ୍ତାହ ହେବ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ଅଛନ୍ତି ଓ ୨୪ଘଣ୍ଟା ହେବ ଭେଣ୍ଟିଲେଟରରେ ଅଛନ୍ତି। ୯୩ ବର୍ଷୀୟ ବାଜପେୟୀ ଭାରତର ଏମିତି ଜଣେ ପ୍ରଧାନମନ୍ତ୍ରୀ ଥିଲେ, ଯିଏକି ୨୦ରୁ ଅଧିକ ପାର୍ଟି ସହିତ ମେଣ୍ଟ ଗଠନ କରି ସରକାର ଗଢ଼ିଥିଲେ। ଅଟଳ ବିହାରୀ ବାଜପେୟୀ ଭାରତୀୟ ଜନତା ପାର୍ଟିର ନେତା କିନ୍ତୁ ତାଙ୍କୁ ତାଙ୍କ ବିରୋଧୀ ବି ପସନ୍ଦ କରୁଥିଲେ। ଆଜି ଆମେ ଅଟଳ ବିହାରି ବାଜପେୟୀଙ୍କ ଏମିତି ନିଷ୍ପତ୍ତି ବିଷୟରେ କହିବାକୁ ଯାଉଛୁ, ଯାହା ପାଇଁ ଭାରତର ଜନତା ଆଜି ମାଗଣା ଓ ଶସ୍ତାରେ ଫୋନ୍ରେ କଥା ହୋଇପାରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବାଜପେୟୀ ସରକାରଙ୍କ ୧୯୯୯ରେ ଆସିଥିବା ଟେଲିକମ୍ ପଲିସି ଜରିଆରେ ଭାରତରେ ଟେଲିକମ୍ କ୍ରାନ୍ତିର ଆରମ୍ଭ ହୋଇଥିଲା। ଟେଲିକମ୍ କମ୍ପାନିମାନଙ୍କ ପାଇଁ ଲାଇସେନ୍ସ ଫିସ୍କୁ ହଟାଇ ରେଭିନ୍ୟୁ ସେୟାରିଂ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଟେଲିକମ୍ ସେକ୍ଟରରେ ଉପୁଜୁଥିବା ବିବାଦର ସମାଧାନ ପାଇଁ ୨୦୦୦ ମଇ ୨୯ ତାରିଖରେ ଟେଲିକମ୍ ଡିସପ୍ୟୁଟ ସେଟଲମେଣ୍ଟ ଅପିଲେଟ ଟ୍ରିବ୍ୟୁନଲ (ଟିଡିଏସ୍ଏଟି)କୁ ବି ଗଠନ କରାଯାଇଥିଲା। ବାଜପେୟୀ ସରକାରଙ୍କ ନୂଆ ଟେଲିକମ୍ ପଲିସିରେ ପରିବର୍ତ୍ତନ ହେତୁ ଆଜି ସାଧାରଣ ଜନତା ମାଗଣାରେ ଫୋନ୍ରେ କଥା ହୋଇ ପାରୁଛନ୍ତି। ଗ୍ରାମାଞ୍ଚଳରେ ବି ଫୋନ୍ର ସୁବିଧା ପହଞ୍ଚି ପାରିଛି। ତାଙ୍କର ପ୍ରଭାବରେ ଦେଶର ସମସ୍ତ କ୍ଷେତ୍ରରେ ୪ଜି ସେବା ବ୍ୟବହାର କରାଇଛି। କେବଳ ଏତିକି ନୁହେଁ, ବାଜପେୟୀ ସରକାରଙ୍କ ନୂଆ ଟେଲିକମ୍ ପଲିସି କାରଣରୁ ଘରୋଇ କମ୍ପାନି ଟେଲିକମ୍ ସେକ୍ଟରରେ ପାଦ ରଖି ପାରିିଛନ୍ତି। ଏଥିରେ ଧୀରୁଭାଇ ଆମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ବି ସାମିଲ ରହିଛି।