ସ୍ୱାଧୀନତା ସଂଗ୍ରାମୀମାନଙ୍କ ମାସିକ ଭତ୍ତାକୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିବେ ରାଜସ୍ଥାନ ସରକାର

ଜୟପୁର (ରାଜସ୍ଥାନ): ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମିଳୁଥିବା ମାସିକିଆ ଭତ୍ତାକୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ଆଜି ଘୋଷଣା କରିଛନ୍ତି ରାଜସ୍ଥାନର କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌। ପୂର୍ବରୁ ରାଜ୍ୟରେ ଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମାସିକ ପେନ୍‌ସନ ବା ଭତ୍ତା ବାବଦରେ ୨୦ ହଜାର ଟଙ୍କା ମିଳୁଥିବା ବେଳେ ଏବେ ତାହାକୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ।

ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରାଣ ହରାଇଥିବା ସୈନିକମାନଙ୍କର ବିଧବା ପତ୍ନୀମାନେ ପାଉଥିବା ଭତ୍ତା ବା ପେନ୍‌ସନରେ ବୃଦ୍ଧି ଘଟାଯିବା ସହ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରମାନଙ୍କୁ କିଲୋପ୍ରତି ୧ ଟଙ୍କା ଦରରେ ଗହମ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌।

ସମ୍ବନ୍ଧିତ ଖବର