ବେଆଇନ୍‌ ନେପାଳ ଅତିକ୍ରମ କରିବା ଅଭିଯୋଗରେ ଫ୍ରାନ୍ସ ନାଗରିକ ଗିରଫ

ନୂଆଦିଲ୍ଲୀ: ବେଆଇନ୍‌ ଭାବେ ନେପାଳ ସୀମା ଅତିକ୍ରମ କରିଥିବା ଜଣେ ୪୫ବର୍ଷୀୟ ଫ୍ରାନ୍ସ ନାଗରିକଙ୍କୁ ଗୁରୁବାର ଭାରତୀୟ ପୁଲିସ ଗିରଫ କରିଛି। ଏହି ଫ୍ରାନ୍ସ ନାଗରିକଙ୍କ ପାଖରେ ନେପାଳ ଅତିକ୍ରମ କରିବାକୁ ସଠିକ୍‌ ଦସ୍ତାବିତ ନଥିଲା।

ବୁଧବାର ସନ୍ଧ୍ୟାରେ ନିୟମିତ ଯାଞ୍ଚ କରୁଥିବା ସେନା ବସ୍‌ଷ୍ଟାଣ୍ଡ ନିକଟରେ ଫ୍ରାନ୍ସ ନାଗରିକ ଥିବାଲଟ ମାଇକଲଙ୍କୁ ଯାଞ୍ଚ ସମୟରେ ଗିରଫ କରିଥିଲେ। ଥିବାଲଟଙ୍କ ପାଖରେ ନେପାଳ ଯାତ୍ରା ପାଇଁ ଠିକ୍‌ ଭିଶା ନଥିଲା ବୋଲି ସେନାଉଲି ଇମିଗ୍ରେସନ୍‌ ଚେକ୍‌ ପୋଷ୍ଟ ଇନ୍‌-ଚାର୍ଜ ଏସ୍‌ ପି ତିଓ୍ଵାରୀ କହିଛନ୍ତି। ଏହି ଫ୍ରାନ୍ସ ନାଗରିକ ବେଙ୍ଗାଲୁରୁ ଠାରୁ ନେପାଳ ଯାତ୍ରା କରୁଥିଲେ। ସେନାଉଲି ଭାରତ-ନେପାଳ ସମୀରେ ଅବସ୍ଥିତ।

ସମ୍ବନ୍ଧିତ ଖବର