ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ଫରାସୀ ରାଷ୍ଟ୍ରପତି ଏମ୍ମାନୁଏଲ୍‌ ମ୍ୟାକ୍ରୋନ୍‌; ନିରାପତ୍ତା କ୍ଷେତ୍ରରେ ଭାରତ ସହ କାମ କରିବେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଆଖିଦୃଶିଆ ବିଜୟ ନିମନ୍ତେ ଅଭିନନ୍ଦନ ଜ୍ଞାପନ କରିବାକୁ ଫରାସୀ ରାଷ୍ଟ୍ରପତି ଏମ୍ମାନୁଏଲ୍‌ ମ୍ୟାକ୍ରୋନ୍‌ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ କରିଥିବା କଥା ଶନିବାର ଦିନ ଇଉରୋପ୍‌ର ମନ୍ତ୍ରାଳୟ ଏବଂ ଫ୍ରାନ୍‌ସ୍‌ର ବୈଦେଶିକ ବ୍ୟାପାର ମୁଖପାତ୍ର କହିଛନ୍ତି। ମୁଖପାତ୍ର ଜଣକ ଆହୁରି କହିଛନ୍ତି କି, ପ୍ୟାରିସ୍‌ ଓ ନୂଆଦିଲ୍ଲୀ ମଧ୍ୟରେ ବିଶ୍ୱସ୍ତ ଭାଗିଦାରୀ ରହିବ।

ମୁଖପାତ୍ର କହିଲେ କି, ଆପଣା ଦେଶର ନିରାପତ୍ତା ଓ ବିଶ୍ୱକୁ ଏକ ନିରାପଦ ସ୍ଥାନ କରିବା ଲକ୍ଷ୍ୟରେ ଉଭୟ ଫ୍ରାନ୍‌ସ୍‌ ଓ ଭାରତ ମିଳିତ ଭାବେ କାମ କରିବେ। ବିକାଶର ଧାରା ବଜାୟ ରଖିବା ଏବଂ ଉଭୟ ଦେଶ ମଧ୍ୟରେ ଯୁବ ଅଦଳବଦଳ ଆଦି କାର୍ଯ୍ୟ କରିବେ।

ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌, ଆଫଗାନିସ୍ତାନ ରାଷ୍ଟ୍ରପତି ଆଶଫ୍ରାନ୍‌ ଘନି, ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରନିଲ ବିକ୍ରମେସିଂଘେ ଆଦି ବିଶ୍ୱ ନେତାମାନେ ଲୋକସଭା ନିର୍ବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର