ପ୍ରମୁଖ ବିଜୟୀ ଓ ପରାଜିତ ନେତା

ମୁଖ୍ୟମନ୍ତ୍ରୀ ବିଜୟ ରୂପାନି: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏକ ସଂଘର୍ଷପୂର୍ଣ୍ଣ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟ ହାସଲ କରିଥିବା ବେଳେ ତାଙ୍କ ମନ୍ତ୍ରିମଣ୍ଡଳର ୩ ଜଣ ସଦସ୍ୟ ପରାଜିତ ହୋଇଛନ୍ତି। ଦ୍ୱିତୀୟ ରାଉଣ୍ଡରେ ରୂପାନି ପଛରେ ପଡ଼ିଥିବା ବେଳେ ପରବର୍ତ୍ତୀ ରାଉଣ୍ଡଗୁଡ଼ିକରେ ତାଙ୍କ ସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଥିଲା ଏବଂ ସେ ୨୫ ହଜାର ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ଜିଗ୍ନେଶ ମେଓ୍ଵାନି (ସ୍ୱାଧୀନ): ଦଳିତ ନେତା ଜିଗ୍ନେଶ ମେଓ୍ଵାନି (ସ୍ୱାଧୀନ) ବିଜେପିର ଚକ୍ରବର୍ତ୍ତୀ ବିଜୟ କୁମାରଙ୍କୁ ୧୦୭୮୫ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି।
ଓବିସି ନେତା ଅଳ୍ପେଶ ଠାକୁର: ରାଜ୍ୟର ଟାଣୁଆ ଓବିସି ନେତା ଅଳ୍ପେଶ ଠାକୁର କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ପଟିଦାର ଆନ୍ଦୋଳନ ବିରୋଧରେ ଅଭିଯାନ ଚଳାଇ ଚର୍ଚ୍ଚାକୁ ଆସିଥିବା ଅଳ୍ପେଶଙ୍କୁ ପଟିଦାରମାନେ ସମର୍ଥନ ନ କରିବା ଆଶଙ୍କା ପ୍ରକାଶ ପାଇଥିଲା।
କଂଗ୍ରେସ ନେତା ଶକ୍ତିସିଂହ ଗୋହିଲ
ରାଜ୍ୟ କଂଗ୍ରେସର ଅନ୍ୟତମ ପ୍ରମୁଖ ଚେହେରା ଶକ୍ତିସିଂହ ଗୋହିଲ କଚ୍ଛ ଆସନରୁ ୯୧୭୧ ଭୋଟ୍‌ରେ ପରାସ୍ତ ହୋଇଛନ୍ତି। ବିଜେପିର ବୀରେନ୍ଦ୍ର ଜାଡ଼େଜା ଏହି ଆସନରେ ବିଜୟୀ ହୋଇଛନ୍ତି।
ଅର୍ଜୁନ ମୋଧଓ୍ଵାଡ଼ିଆ (କଂଗ୍ରେସ): ବରିଷ୍ଠ କଂଗ୍ରେସ ନେତା ଅର୍ଜୁନ ମୋଧଓ୍ଵାଡ଼ିଆ ପୋରବନ୍ଦର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜେପି ପ୍ରାର୍ଥୀ ବାବୁ ବୋଖିର୍‌୍‌ଲାଙ୍କଠାରୁ ୧୮୫୫ ଭୋଟ୍‌ରେ ହାରି ଯାଇଛନ୍ତି।
ସିଦ୍ଧାର୍ଥ ପଟେଲ (କଂଗ୍ରେସ):
ପୂର୍ବ ମୁଖ୍ୟମନ୍ତ୍ରୀ ଚିମନଭାଇ ପଟେଲଙ୍କ ପୁଅ ସିର୍ଦ୍ଧାର୍ଥ ପଟେଲ ବିଜେପିର ଶୈଳେଶ ସୋଟ୍ଟାଙ୍କଠାରୁ ପ୍ରାୟ ୨ ହଜାର ଭୋଟ୍‌ରେ ପରାଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର