କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପାଇଁ ବ୍ୟୟ ଅଟକଳ ମଞ୍ଜୁର

କୋରାପୁଟ ସମେତ ୧୩ ବିଶ୍ବିଦ୍ୟାଳୟ ପାଇଁ ବ୍ୟବସ୍ଥା

ନୂଆଦିଲ୍ଲୀ : ଓଡ଼ିଶାର କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସମେତ ଦେଶର ୧୩ଟି ନୂତନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍‌ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ସହିତ ଆବଶ୍ୟକ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ। ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ସଂଶୋଧିତ ବ୍ୟୟ ଅଟକଳକୁ ଅନୁମୋଦନ ପ୍ରଦାନ କରାଯାଇଛି।

ତଥ୍ୟ ଅନୁଯାୟୀ, ଏ ବାବଦରେ ୩୬୩୯.୩୨ କୋଟି ଟଙ୍କା ବ୍ୟୟ କରାଯିବ। ଭିତ୍ତିଭୂମି ପ୍ରତିଷ୍ଠା ତଥା କ୍ୟାମ୍ପସ୍‌ ନିର୍ମାଣ କାର୍ଯ୍ୟ ୩୬ ମାସରେ ଶେଷ କରିବାପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। କେନ୍ଦ୍ର କ୍ୟାବିନେଟ୍‌ ଦ୍ବାରା ୧୩ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ‌ରେ ପ୍ରଥମେ ସ୍ବୀକୃତି କରାଯାଇଥିବା ୩୦୦୦ କୋଟି ଟଙ୍କା ବ୍ୟତୀତ ଅତିରିକ୍ତ ଖର୍ଚ୍ଚ ବାବଦରେ ୧୪୭୪.୬୫ କୋଟି ଟଙ୍କା ଅର୍ଥରାଶିକୁ ମଧ୍ୟ ମଂଜୁରି ପ୍ରଦାନ କରାଯାଇଛି। ୧୩ଟି ‌କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଗୁଡ଼ିକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଅଧିନିୟମ ୨୦୦୯ ଅନ୍ତର୍ଗତ ଓଡ଼ିଶା, ବିହାର, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ଜମ୍ମୁ କଶ୍ମୀର, ଝାଡ଼ଖଣ୍ଡ, କେରଳ,ପଂଜାବ, ରାଜସ୍ଥାନ ଓ ତାମିଲନାଡ଼ୁରେ ପ୍ରତିଷ୍ଠା କରାଯାଇଛି।

ସମ୍ବନ୍ଧିତ ଖବର