ଭାଗ ଛିଣ୍ଡିଲା, କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳରେ କଂଗ୍ରେସର ୨୨ ଓ ଜେଡିଏସର ୧୨ ମନ୍ତ୍ରୀ ରହିବେ

ବାଙ୍ଗାଲୁରୁ : ବେଶ କିଛି ଦିନର ଟଣାଓଟରା ପରେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରେ ଭାଗ ଛିଡିଛି । ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କଂଗ୍ରେସ ନେତା ଜି.ପରମେଶ୍ୱରନ କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ହେବେ । ଏ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସବୁଜ ସଂକେତ ଦେଇଛନ୍ତି । ଶ୍ରୀ ପରମେଶ୍ୱର ଜଣେ ଦଳିତ ନେତା ହୋଇଥିବାରୁ ତାଙ୍କ ନାମରେ ସହମତି ହୋଇଥିଲା । ଉପମୁଖ୍ୟମନ୍ତ୍ରୀ ପଦପାଇଁ କର୍ଣ୍ଣାଟକ କଂଗ୍ରସର ଟାଣୁଆ ନେତା ଡିକେ ଶିବକୁମାରଙ୍କ ନାଁ ମଧ୍ୟ ଉଠିଥିଲା । ମିଳିତ ସରକାରରେ କଂଗ୍ରେସର ସର୍ବାଧିକ ୨୨ ଜଣ ମନ୍ତ୍ରୀ ଓ ଜେଡିଏସର ୧୨ ଜଣ ମନ୍ତ୍ରୀ ରହିବେ । ଆସ୍ଥାଭୋଟ ପରେ ଏହି ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ କରାଯିବ । ବୁଧବାର ଦିନ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ରୂପେ ଓ ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ । ଆସ୍ଥାଭୋଟ ଆସନ୍ତା ଗୁରୁବାର ଦିନ ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର