ଟ୍ରକ୍‌-ବସ୍‌ ମୁହାଁମୁହିଁ ଧକ୍କା, ୬ଜଣ ଛାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୋଲି ଗୁରୁପାଲ୍ଲୀ ନିକଟରେ ମଙ୍ଗଳବାର ଏକ ଭୟାବହ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବସ ଓ ଟ୍ରକ୍‌ ମହାମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୬ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି।

ପୁଲିସ ସୂତ୍ରରୁ ପ୍ରକାଶ, ମଙ୍ଗଳବାର ଗଡଚିରୋଲି ଜିଲ୍ଲାର ଇଟାପାଲ୍ଲୀ ଗ୍ରାମଠାରୁ ପ୍ରାୟ ୫ କିମି ଦୂରରେ ଛାତ୍ରଛାତ୍ରୀ ଭର୍ତ୍ତି ଏକ ବସ ଆସୁଥିଲା। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଟ୍ରକ ଏହି ବସ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଏତେ ଭୟାବହ ଥିଲା କି ଘଟଣାସ୍ଥଳରେ ହିଁ ୬ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକେ ପୁଲିସକୁ ଖବର ଦେବା ସହିତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଇଟାପାଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଶୋଚନୀୟ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର