ପାକିସ୍ତାନ ଜେଲରୁ ୩୬ବର୍ଷ ପରେ ଘରକୁ ଫେରିଲେ ସ୍ୱାମୀ, ପତ୍ନୀଙ୍କୁ ଡାକିଲେ ମା’, ଖରାକୁ ଦେଖିଲେ ଭୟ କରୁଛନ୍ତି 

0 885

ଜୟପୁର: ଭାରତୀୟ ନାଗରିକ ଗଜାନନ୍ଦ ଶର୍ମା ଗତ ସୋମବାର ୩୬ବର୍ଷ ପରେ ନିଜ ଜନ୍ମସ୍ଥାନ ଜୟପୁରର ନାହରଗଢ଼ର ଫତେହରାମ ଟିବାକୁ ଫେରିଛନ୍ତି। ପାକିସ୍ତାନ ଜେଲରୁ ମୁକୁଳିବା ପରେ ସେ ଅଟ୍ରି-ଓ୍ଵାଘା ବର୍ଡରେ ପହଞ୍ଚିଥିଲେ।  ଗଜାନନ୍ଦ ଗତ ୩୬ବର୍ଷ ହେବ ପାକିସ୍ତାନ ଲାହୋର ଜେଲରେ ବନ୍ଦୀ ଥିଲେ। ଗଜାନନ୍ଦଙ୍କୁ କେବଳ ଦୁଇମାସର ଦଣ୍ଡ ମିଳିଥିଲା,କିନ୍ତୁ କାଉନ୍‌ସଲର ଆକ୍‌ସେସ୍‌ ନହେବାରୁ ତାଙ୍କ ୩୬ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା।

ଜେଲରୁ ମୁକୁଳିବା ପରେ ବି ଗଜାନନ୍ଦ ଶର୍ମା ଅନ୍ଧାର ଘରେ ରହୁଛନ୍ତି, କାରଣ ସେ ଆଲୋକ ଓ ଖରା ଦେଖିଲେ ଭୟ କରୁଛନ୍ତି। କେବଳ ଏତିକି ନୁହେଁ ପରିବାରଲୋକଙ୍କ ସହ କଥାବାର୍ତ୍ତା ହେବାକୁ ଭୟ କରୁଛନ୍ତି। କେହି କିଛି ପଚାରିଲେ ଉତ୍ତର ଦେବା ତ ଦୂରର କଥା ନିଜ ପତ୍ନୀକୁ ବି ଚିହ୍ନି ପାରୁ ନାହାନ୍ତି, ପତ୍ନୀ ମଖନି ଦେବୀଙ୍କୁ ମା’ ବୋଲି ଡାକୁଛନ୍ତି ।

ଗଜାନନ୍ଦଙ୍କ କନ୍ୟାଙ୍କ କହିବାନୁସାରେ, ପାକିସ୍ତାନ ଜେଲରୁ ବନ୍ଦୀ ଜୀବନ କାଟି ଫେରିବା ପରେ ବାପା ସମ୍ପୂର୍ଣ୍ଣ ଭାବେ ଅସ୍ୱଭାବିକ ବ୍ୟବହାର କରୁଛନ୍ତି। ପଦେପଦେ କଥାରେ ବିରକ୍ତ ହୋଇ ଯାଉଛନ୍ତି। ମା’ ତାଙ୍କୁ ସବୁକଥା ମନେ ପକାଇବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀ ବାପାଙ୍କୁ ଏକଲକ୍ଷ ଟଙ୍କା ଦେବାକୁ ପାଇଁ ଘୋଷଣା କରିଥିଲେ ଯାହାକି ଏଯାବତ୍‌ ମିଳିନାହିଁ। ବାପାଙ୍କୁ ଖୁବ୍‌ ଶୀଘ୍ର ଭଲ ଡାକ୍ତରଙ୍କ ପାଖକୁ ନେବାକୁ ସ୍ଥିର କରିଛୁ।

 

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.