ଗାନ୍ଧୀ, ନେହେରୁ ଓ ଆମ୍ବେଦକର ଥିଲେ ପ୍ରବାସି ଭାରତୀୟ, ପ୍ରବାସି ଭାରତୀୟଙ୍କ ସକାଶେ କଂଗ୍ରେସ ଦଳର ଜନ୍ମ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ ଏବଂ ଡ. ବି ଆର୍‌ ଆମ୍ବେଦକରଙ୍କର ସଂପର୍କରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନିକଟରେ ପ୍ରବାସି ଭାରତୀୟ ବୋଲି କହିଛନ୍ତି। କଂଗ୍ରେସ ଦଳ ପ୍ରବାସି ଭାରତୀୟଙ୍କ ଅନ୍ଦୋଳନ ପାଇଁ ଜନ୍ମ ନେଇଛି ବୋଲି ରାହୁଲ ମତ ରଖିଛନ୍ତି।

ନିକଟରେ ଆମେରିକାର ନ୍ୟୁୟର୍କଠାରେ ଥିବା ପାଖାପାଖି ୨୦୦୦ କଂଗ୍ରେସ ସମର୍ଥକଙ୍କ ଉପସ୍ଥିତରେ ହୋଇଥିବା ବୈଠକରେ ସେ ଏପରି ମତ ରଖିଛନ୍ତି। ନିଜ ସମର୍ଥକମାନଙ୍କୁ ଉଦେଶ୍ୟରେ ରାହୁଲ କହିଛନ୍ତି ଯେ ବିଦେଶରେ ରହୁଥିବା ଭାରତୀୟ ହେଉଛନ୍ତି ଦେଶର ମେରୁଦଣ୍ଡ ସଦୃଶ।

ଏହାବ୍ୟତୀତ ରାହୁଲ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାଙ୍କର ବିଫଳତା ନେଇ ନିଜ ଅଭିଭାଷଣରେ ମତ ରଖିଛନ୍ତି ରାହୁଲ। ଦେଶରେ ୩୦,୦୦୦ ଯୁବପିଢ଼ି ଚାକିରି ପାଇଁ ବ୍ୟାକୁଳ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୪୫୦ ଚାକିରି ପାଇପାରୁଛନ୍ତି ବୋଲି ରହୁଲ କହିଛନ୍ତି।

ସମ୍ବନ୍ଧିତ ଖବର