ମୁମ୍ବାଇ: ମହାରାଷ୍ଟ୍ରରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ୧୮ ଜଣ ବୁଡ଼ିଯାଇଛନ୍ତି। ସମସ୍ତଙ୍କର ମୃତ୍ୟୁ ଘଟିଛି। ରବିବାର ଦିନ ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ବିସର୍ଜନ ହୋଇଥିଲା। ତେବେ ଏହି ସମୟରେ ଅଘଟଣ ଘଟିଥିଲା। ରାୟଗଡ଼, ଜଲ୍ନା ଏବଂ ପୁନେ ଜିଲ୍ଲାରେ ଯଥାକ୍ରମେ ୩ ଜଣ ଲେଖାଏଁ ୯ ଜଣଙ୍କର ମୃତ୍ୟୁ ହୋଇଛି। ସତରା ଏବଂ ଭଣ୍ଡାରାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ପିମ୍ପ୍ରି-ଚିନ୍ଚ୍ଵାଡ୍, ବୁଲଧାନା, ନାନ୍ଦେଡ୍ ଏବଂ ଅହମ୍ମଦନଗରରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। କଞ୍ଜୁରମାର୍ଗରେ ଏକ ହ୍ରଦରେ ବୁଡ଼ିଯାଇ ଜଣଙ୍କର ମୃତ୍ୟୁ ଘଟିଛି।