ହେଲୋ, ମୁଁ କେବିସିରୁ ଅଭିତାଭ ବଚ୍ଚନ କହୁଛି ! ଯଦି ଆପଣଙ୍କୁ ଫୋନ କରି କେହି ଏପରି କହୁଛି ତେବେ ହୋଇ ଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ : ଭାରତର ସବୁଠାରୁ ଲୋକପ୍ରିୟ କୁଇଜ୍‌ ସୋ’ ହେଉଛି କୌନ୍‌ ବନେଗା କରୋଡ଼୍‍ପତି । ଏହାର ୯ଟି ସିଜିନ୍‌ ହୋଷ୍ଟ କରି ଆସୁଛନ୍ତି ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ । ଏହି ସୋ’ ମାଧ୍ୟମରେ ଅନେକ ଲୋକ ଲକ୍ଷପତି ଏବଂ କରୋଡ଼ପତି ବନିଥିବା ବେଳେ ଘରେ ବସିି ମଧ୍ୟ ଅନେକ ଟଙ୍କା ଜିତି ପାରୁଛନ୍ତି । କିନ୍ତୁ ଏବେ କୌନ୍‌ ବନେଗା କରୋଡ଼୍‍ ପତିର ସିଜିନ୍‌-୧୦ ଆରମ୍ଭ ହେବା ପୂର୍ବରୁ ସୋ’କୁ ନେଇ ଏକ ନୂଆ କଥା ସାମ୍ନାକୁ ଆସିଛି । ଏହି ସୋ’ର ନାଁ ନେଇ କିଛି ଦୁର୍ବୃତ୍ତ ଲୋକମାନଙ୍କୁ ଠକୁଥିବା ଜଣାପଡ଼ିଛି । ସିଜିନ୍‌-୧୦ ଆରମ୍ଭ ହେବା ପୂର୍ବରୁ ଏପରି ଘଟୁଥିବା ଜାଣି ଏବେ ଦର୍ଶକ ଚିନ୍ତାରେ । ଦୁର୍ବୃତ୍ତମାନେ ଲୋକମାନଙ୍କୁ ଫୋନ କରି ଗେମ୍‌ ଖେଳିବାକୁ କହିବା ସହ ଲକି ଡ଼୍ର ଜିତିବା ନାମରେ ସେମାନଙ୍କୁ ଠକୁଥିବା ଜଣାପଡ଼ିଛି ।

BMC Software

ସୂଚନା ମୁତାବକ, ଦୁର୍ବୃତ୍ତମାନେ ଲୋକମାନଙ୍କୁ ଫୋନ କରି କେବିସି ତରଫରୁ କହୁଛୁ କହି ଆପଣ ୨୫ଲକ୍ଷ ଟଙ୍କା ଜିତିଛନ୍ତି ବୋଲି ଜଣାଉଛନ୍ତି । ଏହା ସହ ଏହି ଟଙ୍କା ଦେବା ପାଇଁ ସେମାନେ ଲୋକମାନଙ୍କୁ ୮ହଜାର ଟଙ୍କା ଟ୍ୟାକ୍ସ, ପ୍ରୋସେସିଙ୍ଗ ଫି ଏବଂ ସିକ୍ୟୁରିଟି ପାଇଁ ୨୫ହଜାର ଟଙ୍କା ଜମା କରିବା ପାଇଁ କହୁଛନ୍ତି ।ଏହି ଟଙ୍କା ସେମାନଙ୍କୁ ଫେରାଇ ଦିଆଯିବ ବୋଲି କହି ପରେ ଦିଆଯାଉ ନାହିଁ । ପ୍ରଥମେ ଜଣେ ଏ ନେଇ ଅଭିଯୋଗ କରିଥିଲେ । ତାଙ୍କ ଏପରି ଫୋନ ଆସିବା ପରେ ତାଙ୍କୁ ୨୫ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା । କିନ୍ତୁ ପରେ ତାଙ୍କୁ ନା ୨୫ହଜାର ଟଙ୍କା ମିଳିଥିଲା ନା ଜିତିଥିବା ଟଙ୍କା । ଏହା ପ୍ରଥମ ନୁହେଁ, ୨୦୧୨ ଏବଂ ୨୦୧୪ରେ ଏପରି ଠକାମିର ଶିକାର ଲୋକମାନେ ହୋଇ ସାରିଛନ୍ତି ।

ସମ୍ବନ୍ଧିତ ଖବର