ଚଳନ୍ତା କାର୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଆଗ୍ରା : ମିରଟ୍‌ର ଜଣେ ୨୪ ବର୍ଷୀୟା ମହିଳାଙ୍କୁ ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗ୍ରେଟର ନୋଏଡ଼ାର ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଉକ୍ତ ପୀଡ଼ିତା ଜଣଙ୍କ ଅଫିସରୁ ଘରକୁ ଫେରିବାପାଇଁ ଗାଡ଼ିକୁ ଅପେକ୍ଷା କରିଥିବା ବେଳେ କାର୍‌ରେ ଲିଫ୍ଟ ଦେବା ବାହାନାରେ ଜଣେ ପରିଚିତ ବ୍ୟକ୍ତି ଅନ୍ୟ ଜଣେ ବନ୍ଧୁଙ୍କ ସହ ମିଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଏନେଇ ଗତକାଲି ସ୍ଥାନୀୟ ପୁଲିସ ଷ୍ଟେସନ୍‌ରେ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ସଲମାନ୍‌ ମଲିକ୍‌ଙ୍କୁ ଜାଣିଥିବାରୁ ଏବଂ ପୂର୍ବରୁ ମଧ୍ୟ ଅନେକ ଥର ତାଙ୍କ ଗାଡ଼ିରେ ଆସିଥିବାରୁ ପୀଡ଼ିତା ସେଦିନ ଆସିବାକୁ କୁଣ୍ଠାବୋଧ କରିନଥିଲେ। କିନ୍ତୁ ଅଭିଯୁକ୍ତ ସଲମାନ୍‌ ତାଙ୍କୁ କାର୍‌ରେ ଲିଫ୍ଟ ଦେବାପରେ ବାଟରେ ତାଙ୍କର ଅନ୍ୟଜଣେ ବନ୍ଧୁ ସାଜିଦ୍‌ଙ୍କୁ ଉଠାଇଥିଲା। ଉଭୟେ ତାଙ୍କୁ ଯମୁନା ଏକ୍ସପ୍ରେସ୍‌ େଓ୍ଵ ଆଡ଼କୁ ନେଇ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କର ଡାକ୍ତରୀ ମାଇନା ହୋଇସାରିଛି। ଅନ୍ୟପକ୍ଷେ ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି। କୋଟ୍‌ଓ୍ଵାଲି ଥାନାର ଏସ୍‌ଏଚଓ ଏସ୍‌ପି ସିଂହଙ୍କ କହିବା ଅନୁଯାୟୀ ପୀଡ଼ିତାଙ୍କ ଘର ମିରଟ୍‌ରେ। ସେ ଗ୍ରେଟର ନୋଏଡ଼ାରେ କାର୍ଯ୍ୟ କରୁଥିବାରୁ ସହରରେ ଏକ ଭଡ଼ାଘରେ ରହୁଥିଲେ।

ସମ୍ବନ୍ଧିତ ଖବର