ହରିଦ୍ୱାରରେ ଗଙ୍ଗା ସବୁଠାରୁ ପ୍ରଦୂଷିତ : ଜଳ ପିଇବା ଓ ଗାଧୋଇବା ଲାଗି ଅନୁପଯୁକ୍ତ ବୋଲି କହିଲା ଏନ୍‌ଜିଟି

ନୂଆଦିଲ୍ଲୀ: ଗଙ୍ଗା ନଦୀରେ ସ୍ନାନ କଲେ ପାପକ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି। ମାତ୍ର ବର୍ତ୍ତମାନ ଗଙ୍ଗା ଜଳର ଅବସ୍ଥା ଯାହା,ଜଣେ ସେଥିରେ ସ୍ନାନ କଲେ ତାର ସ୍ୱାସ୍ଥ୍ୟ ଖରାପ ହୋଇଯିବା ନିଶ୍ଚିତ। ସେ ଦୂରାରୋଗ୍ୟ ବ୍ୟାଧିରେ ବି ପଡ଼ି ପାରେ। ପ୍ରଦୂଷଣ ଫଳରେ ଗଙ୍ଗା ନଦୀର ଜଳ କ୍ରମଶଃ ଦୂଷିତ ହୋଇ ଯାଉଥିବାରୁ କ୍ଷୋଭ ପ୍ରକାଶ କରି ଏପରି ମନ୍ତବ୍ୟ ଦେଇଛନ୍ତି ନ୍ୟାସନାଲ୍‌ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି) ।

ହରିଦ୍ୱାରରୁ ଉନ୍ନାଓ ମଧ୍ୟରେ ପ୍ରବାହିତ ଗଙ୍ଗା ନଦୀର ଜଳ ସବୁଠାରୁ ଦୂଷିତ ହୋଇପଡ଼ିଛି। ହରିଦ୍ୱାର ଏକ ପବିତ୍ରପୀଠ ଭାବେ ପରିଗଣିତ ହେଉଥିବା ବେଳେ ସେଠାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗାଜଳର ଏପରି ଅବସ୍ଥା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏନ୍‌ଜିଟି। ଯଦି ସିଗାରେଟ୍‌ ପ୍ୟାକେଟ୍‌ ଉପରେ ଏହା ସ୍ୱାସ୍ଥ୍ୟ ଲାଗି ହାନିକାରକ ଲେଖାଯାଇ ସତର୍କ ସୂଚନା ଦିଆଯାଇ ପାରୁଛି,ତେବେ ଦୂଷିତ ଗଙ୍ଗାଜଳ କ୍ଷେତ୍ରରେ କାହିଁକି ଏପରି ସୂଚନା ଦେଖାଯିବ ନାହିଁ ବୋଲି ପ୍ରଶ୍ନ ଉଠାଇଛି ଏନ୍‌ଜିଟି। ହରିଦ୍ୱାରରୁ ଉନ୍ନାଓ ମଧ୍ୟବର୍ତ୍ତୀ ଅଞ୍ଚଳରେ ପ୍ରବାହିତ ନଦୀର ଜଳ ଗାଧୋଇବା ଏବଂ ପିଇବା ଲାଗି ଯୋଗ୍ୟ ନୁହେଁ।

Financial Express

ଏନ୍‌ଜିଟି ପକ୍ଷରୁ ଜାତୀୟ ଗଙ୍ଗା ଶୋଧନ ମିସନ୍‌କୁ ନିର୍ଦ୍ଦେଶ ଦିଆଯାଉଛି କି ଏହି ୧୦୦ କିଲୋମିଟର ଧରି ଗଙ୍ଗା ନଦୀର ଜଳ ଦୂଷିତ ହୋଇଥିବାରୁ ସେ ଅଞ୍ଚଳରେ ବୋର୍ଡ ଲଗାଇ ଦିଆଯାଉ କି ଏଠାରେ ଜଳ ପିଇବା ଓ ଗାଧୋଇବା ଉପଯୁକ୍ତ ନୁହେଁ। ଗତବର୍ଷ ଏନ୍‌ଜିଟି କେନ୍ଦ୍ର ସରକାର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ଗଙ୍ଗା ନଦୀ ଜଳକୁ ଶୋଧନ କରିବା ଲାଗି କହିଥିଲା। ମାତ୍ର ତାହା କାର୍ଯ୍ୟକାରୀ ହୋଇନାହିଁ।

ସମ୍ବନ୍ଧିତ ଖବର