ମୋଦୀ ଓ ଜି ଜିନ୍‌ପିଙ୍ଗ୍‌ଙ୍କ ସ୍ବାଗତ ପାଇଁ ନିର୍ମାଣ ହୋଇଥିବା ଗେଟ୍‌ରେ ଲାଗିଛି ୧୮ ପ୍ରକାର ପନିପରିବା ଓ ଫଳ

ମମଲ୍ଲାପୁରମ୍‌: ମହାବଳୀପୁରମ୍‌ର ପଞ୍ଚରଥ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ସ୍ବାଗତ କରିବାପାଇଁ ନିର୍ମାଣ ହୋଇଥିବା ଏକ ବିଶାାଳ ଗେଟ୍‌ ପାଇଁ ୧୮ ପ୍ରକାର ପନିପରିବା ଓ ଫଳ ବ୍ୟବହୃତ ହୋଇଛି। ଉଦ୍ୟାନ ବିଭାଗ ଦ୍ବାରା ଗେଟ୍‌ଟିକୁ ଚମତ୍କାର ଢଙ୍ଗରେ ସଜାଯାଇଛି। ଉଦ୍ୟାନ ବିଭାଗର ପ୍ରାୟ ୨୦୦ କର୍ମଚାରୀ ୧୦ ଘଣ୍ଟା ସମୟ ଧରି ଗେଟ୍‌ ସଜାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ରାଜ୍ୟର ବିଭିନ୍ନ ଅଂଚଳରୁ ଏହି ୧୮ ପ୍ରକାର ପନିପରିବା ଓ ଫଳ ସିଧାସଳଖ କ୍ଷେତରୁ ଅଣାଯାଇଛି। ଡେକୋରେସନ୍‌ ପାଇଁ ଧଳା ଏବଂ ଲାଲ୍‌ ଗୋଲାପ ବ୍ୟବହାର ହୋଇଛି।

ସମ୍ବନ୍ଧିତ ଖବର