ପାକିସ୍ତାନକୁ ସେନାମୁଖ୍ୟ ବିପିନ ରାଓ୍ୱତଙ୍କ ଚେତାବନୀ : ସୀମା ଉଲ୍ଲଙ୍ଘନ କଲେ ପରିଣାମ ସାଂଘାତିକ ହେବ

ନୂଆଦିଲ୍ଲୀ: ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ସେନାମୁଖ୍ୟ ବିପିନ ରାଓ୍ୱତ । ପାକିସ୍ତାନ ସୀମା ଉଲ୍ଲଙ୍ଘନ କଲେ ସାଂଘାତିକ ପରିଣାମ ହେବ ବୋଲି ଚେତାଇ ଦେଇଛନ୍ତି ସେନାମୁଖ୍ୟ ରାୱତ । ସେ କହିଛନ୍ତି, ଯଦି ପାକିସ୍ତାନ ଏଲଓସିରେ ଉପଦ୍ରବ କରିବାକୁ ଚାହୁଁଛି ତା’ହେଲେ ଆସୁ, ତାର ଉଚିତ ଜବାବ ଦିଆଯିବ । ସେହିପରି ଜମ୍ମୁକାଶ୍ମୀର ସ୍ଥିତିକୁ ନେଇ ସେନାମୁଖ୍ୟ ଜେନେରାଲ ବିପିନ ରାୱତ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପୂର୍ବ ଅପେକ୍ଷା କାଶ୍ମୀର ଜନସାଧାରଣଙ୍କ ସହ ଆମର କଥାବାର୍ତା ସ୍ବାଭାବିକ ହୋଇଛି । ବିନା ବନ୍ଧୁକରେ ଆମେ ସେମାନଙ୍କୁ ଭେଟିଛୁ । ଆଶା କରୁଛୁ ଆଗକୁ ବି ବିନା ବନ୍ଧୁକରେ ସେମାନଙ୍କୁ ଭେଟୁଥିବୁ ।

ଧାରା ୩୭୦ ଉଚ୍ଛେଦ ପରେ ଏବେ ଲଦାଖ ସୀମାର ବିପରୀତ ପାଶ୍ୱର୍ରେ ପାକିସ୍ତାନ ସୈନ୍ୟ ଠୁଳ କରୁଥିବା ଗୁଇନ୍ଦା ସୂଚନା ମିଳିଥିଲା । ପାକିସ୍ତାନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଦାବି କରିଥିଲେ ଯେ ଭାରୀ ଅସ୍ତ୍ରଶସ୍ତ୍ର ସହ ପାକିସ୍ତାନ ସେନା ଏଲଓସି ଆଡକୁ ଆସୁଛି । ଆଉ ସେମାନଙ୍କୁ ପିଓକେ ଲୋକ ସ୍ୱାଗତ କରୁଥିବା ମଧ୍ୟ ସେ ଦାବି କରିଥିଲେ । ଏହାସହ ଲଦାଖ ନିକଟରେ ପାକିସ୍ତାନ ବାୟୁସେନା ଯୁଦ୍ଧ ବିମାନ ମୁତୟନ କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ତେଣୁ ଲଦାଖ ସୀମା ଉପରେ ଭାରତୀୟ ସେନା ତୀକ୍ଷଣ ନଜର ରଖିବା ସହ ପାକିସ୍ତାନୀ ସେନାର ଗତିବିଧିକୁ  ମଧ୍ୟ ଅନୁଧ୍ୟାନ କରୁଛି ।

ସମ୍ବନ୍ଧିତ ଖବର