ଘରେ କାର୍‌ ପାର୍କ ହୋଇଥିବା ବେଳେ ମାସେ ମଧ୍ୟରେ କଟିଲା ୧୫ଟି ଇ-ଚାଲାଣ, ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି କାରଣ

ଗାଜିଆବାଦ୍‌ : ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ଆଇନ୍‌ ଲାଗୁ ହୋଇଥିବା ବେଳେ ଏକ ମାସ ମଧ୍ୟରେ ଲକ୍ଷ ଳକ୍ଷ ଟଙ୍କାର ଚାଲାଣ କଟି ସାରିଛି । ଚାଲାଣ କଟିବା ଡ଼ରରେ କିଛି ଲୋକ ଗାଡ଼ି ବାହାରକୁ ବାହାର କରୁ ନ ଥିବା ବେଳେ କିଛି ଅଟୋ ବା ବସ୍‌ରେ ଯିବା ଆସିବା କରୁଛନ୍ତି । କିନ୍ତୁ ଗାଡ଼ି ରାସ୍ତାକୁ ବାହାର ନ କରି ମଧ୍ୟ ଏକ ମାସ ମଧ୍ୟରେ ଗାଡ଼ି ନାଁରେ୧୫ଟି ଇ-ଚାଲାଣ କଟିବା ଭଳି ଅଜବ ଘଟଣା ଏବେ ଗାଜିଆବାଦ୍‌ରେ ଘଟିଛି ।

ମିରଟ୍‌ ରୋଡ୍‌ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ରହୁଥିବା ଅରୁଣ ଶର୍ମାଙ୍କ ଗାଡ଼ି ରାସ୍ତାକୁ ବାହାରି ନ ଥିଲେ ମଧ୍ୟ ଅଗଷ୍ଟ ମାସରେ ତାଙ୍କ ଗାଡ଼ି ନାଁରେ ୧୫ଟି ଚାଲାଣ କଟିଥିବା ଜଣା ପଡ଼ିଛି । ଅରୁଣଙ୍କୁ ଲଗାତାର ୧୫ଟି ଇ-ଚାଲାଣ ମିଳିବା ପରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଗାଡ଼ି ବାହାରକୁ ବାହାର ନ କରି କିଭଳି ଚାଲାଣ କଟିଲା ବୋଲି ସେ ଚିନ୍ତାରେ ପଡ଼ି ଯାଇଥିଲେ । ଏ ନେଇ ଅରୁଣ ଦିଲ୍ଲୀ ଓ ଗାଜିଆବାଦ୍‌ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରି ଜରିମାନା ଭରିବାକୁ କହିଥିଲା ପୁଲିସ ।

Image result for ghaziabad-man-gets-15-e-challans-for-a-fake-number-plate-with-his-vehicle-number
India Today

ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଶର୍ମା ନିଜେ ତଦନ୍ତ ଆରମ୍ଭ କରିଥିଲେ । ଯାହା ପରେ ତାଙ୍କ ଗାଡ଼ି ନମ୍ବର ବ୍ୟବହାର କରି ଆଉ ଜଣେ ରାସ୍ତାରେ ଗାଡ଼ି ଚଳାଉଥିବା ସେ ଜାଣିବାକୁ ପାଇଥିଲେ । ପରେ ପୁଲିସକୁ ଏ ନେଇ ଜଣାଇବା ପରେ ପୁଲିସ ସହୟତାରେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲେ ଅରୁଣ ।

ସମ୍ବନ୍ଧିତ ଖବର