ଗୁଲାମନବୀ ଆଜାଦ୍‌ଙ୍କୁ ପୁଣି ଦିଲ୍ଲୀ ଫେରାଇ ଦିଆଗଲା

ଜମ୍ମୁ: ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍‌ଙ୍କୁ ଆଜି ପୁଣିଥରେ ଜମ୍ମୁ ବିମାନ ବନ୍ଦରରେ ଅଟକ ରଖାଯିବା ପରେ ସେଠାରୁ ତାଙ୍କୁ ଦିଲ୍ଲୀ ଫେରାଇ ଦିଆଯାଇଛି। କଟକଣା ଜାରି ରହିଥିବା କଶ୍ମୀରରେ କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ସହ ସଭା କରିବା ପ୍ରୟାସରେ ଗୁଲାମନବୀ ଏହି ଗସ୍ତ କରୁଥିଲେ। ଗୋଟିଏ ମାସରେ ଏହା ଦ୍ବିତୀୟ ଘଟଣା। ଗୁଲାମନବୀଙ୍କୁ ବର୍ତ୍ତମାନ ସ୍ଥିତିରେ କୌଣସି ସଭାସମିତି କରିବାକୁ ଦିଆଯିବ ନାହିଁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। କଂଗ୍ରେସ ମୁଖପାତ୍ର ରବୀନ୍ଦର ଶର୍ମା କହିଛନ୍ତି, ଗୁଲାମନବୀ ଆଜି ଅପରାହ୍ନ ୨.୪୫ରେ ଦିଲ୍ଲୀରୁ ଆସି ଜମ୍ମୁରେ ପହଞ୍ଚିଥିଲେ। କିନ୍ତୁ ଜମ୍ମୁ ବିମାନ ବନ୍ଦରରୁ ତାଙ୍କୁ ବାହାରକୁ ଯିବାକୁ ଅନୁମତି ମିଳିନଥିଲା। ପରେ ତାଙ୍କୁ ୪.୧୦ରେ ଥିବା ଅନ୍ୟ ଏକ ବିମାନରେ ଦିଲ୍ଲୀ ପଠାଇ ଦିଆଯାଇଥିଲା। ଆଜାଦ୍‌ଙ୍କୁ ଘରକୁ ଯିବାକୁ ଅନୁମତି ମିଳୁନାହ‌ିଁ କି ଦଳୀୟ ବୈଠକରେ ଯୋଗ ଦେବାପାଇଁ ମଧ୍ୟ ଅନୁମତି ମିଳୁନାହିଁ ବୋଲି ରବୀନ୍ଦର କହିଛନ୍ତି।

ସମ୍ବନ୍ଧିତ ଖବର