ସୁପ୍ରିମ୍ କୋର୍ଟଙ୍କ ଅନୁମତି ପରେ ଶ୍ରୀନଗରରେ ଗୁଲାମ ନବୀ

ନୂଆଦିଲ୍ଲୀ : ସୁପ୍ରିମ୍ କୋର୍ଟଙ୍କ ଅନୁମତି ପରେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦ ଆଜି ଶ୍ରୀନଗର ଗସ୍ତ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ଗୁଲାମ୍ ନବୀଙ୍କ ପ୍ରଥମ ଶ୍ରୀନଗର ଗସ୍ତ। ଏହା ପୂର୍ବରୁ ତାଙ୍କୁ ତିନି ଥର ଏୟାରପୋର୍ଟରୁ ଫେରାଇ ଦିଆଯାଇଥିଲା। ଜମ୍ମୁ-କଶ୍ମୀରରେ ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାଙ୍କୁ ଅନୁମତି ଦେଉନଥିଲେ। ଆଜି ଅପରାହ୍ନରେ ଗୁଲାମ୍ ନବୀ ଶ୍ରୀନଗରରେ ପହଞ୍ଚି ସେଠାକାର ଶ୍ରମିକମାନଙ୍କୁ ଭେଟିଛନ୍ତି।

ସମ୍ବନ୍ଧିତ ଖବର